ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ ତାରିଖ ଦିନ କେନ୍ଦ୍ର ସରକାର କଶ୍ମୀର ରାଜ୍ୟକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିବା ସହିତ ସମ୍ବିଧାନର ୩୭୦ ଧାରାକୁ ନାକଚ କରିଦେଇଛନ୍ତି। ମୋଦି ପରିଚାଳିତ କେନ୍ଦ୍ର ସରକାରଙ୍କ ଏହି ସମ୍ବିଧାନ ବିରୋଧୀ ପଦକ୍ଷେପ ବିରୋଧରେ ସମଗ୍ର ରାଜ୍ୟରେ ଆସନ୍ତା ସାତ ତାରିଖ ଦିନ ପ୍ରତିବାଦ ଜଣାଇବାକୁ ସି.ପି.ଆଇ, ସି.ପି.ଆଇ(ଏମ୍), ସି.ପି.ଆଇ(ଏମ୍-ଏଲ୍) ଓ ଫରୱାର୍ଡ ବ୍ଳକ୍ ଦଳର ନେତୃତ୍ୱ ମିଳିତ ଭାବେ ଆହ୍ୱାନ ଜଣାଇଛନ୍ତି।
“ସ୍ୱାଧୀନତା ପ୍ରାପ୍ତି କାଳରେ କଶ୍ମୀରବାସୀ ପାକିସ୍ଥାନର ସଶସ୍ତ୍ର ଗୁଣ୍ଡା ବାହିନୀ ବିରୋଧରେ ଲଢ଼ିଥିଲେ ଓ ଭାରତରେ ମିଶିବା ବେଳେ କଶ୍ମୀର ପାଇଁ ସ୍ୱତନ୍ତ୍ର ଅଧିକାର ପାଇଥିଲେ। ସତୁରୀ ବର୍ଷ ପରେ ନରେନ୍ଦ୍ର ମୋଦି କଶ୍ମୀରବାସୀଙ୍କ ସେହି ତ୍ୟାଗ ଉପରେ ଜଘନ୍ୟ ଆକ୍ରମଣ କରି ଭାରତର ସମ୍ବିଧାନ ଓ ସଂଘୀୟ ବ୍ୟବସ୍ଥାକୁ ଧ୍ୱଂସ କରିଛନ୍ତି” ବୋଲି ସେମାନେ କହିଛନ୍ତି।
ଆଜି ସନ୍ଧ୍ୟାରେ ସି.ପି.ଆଇ(ଏମ୍) ରାଜ୍ୟ ଅଫିସରେ ଅନୁଷ୍ଠିତ ଏହି ବୈଠକରେ ବିଶିଷ୍ଟ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି, ସୌରୀବନ୍ଧୁ କର, ଜଗନ୍ନାଥ ମିଶ୍ର ଓ ସୁରେଶ ପାଣିଗ୍ରାହୀ, ଆଶିଷ୍ କାନୁନଗୋ, ମହେନ୍ଦ୍ର ପରିଡ଼ା, ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
from Odisha Reporter https://ift.tt/2Kjbg8U
No comments:
Post a Comment