ସୂର୍ଯ୍ୟଙ୍କ କିରଣରେ ରହିଛି ଏହିସବୁ ବାସ୍ତୁ ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 19, 2019

ସୂର୍ଯ୍ୟଙ୍କ କିରଣରେ ରହିଛି ଏହିସବୁ ବାସ୍ତୁ ଟିପ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆମ ସଂସ୍କୃତି, ପରମ୍ପରାରେ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର କୁହାଯାଇଥାଏ। ତେଣୁ ସକାଳେ ଉଠିବା ମାତ୍ରେ ସମସ୍ତେ ପ୍ରାୟତଃ ସୂର୍ଯ୍ୟ ପୂଜା କରିଥାନ୍ତି। ସୂର୍ଯ୍ୟ ଦେବତା ମନସ୍କାମନା ପୂର୍ଣ୍ଣ କରିଥାନ୍ତି ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ତେବେ ଶାସ୍ତ୍ର ପରି ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ରରେ ମଧ୍ୟ ସୂର୍ଯ୍ୟଙ୍କର ମହତ୍ତ୍ୱ ରହିଛି।

ବାସ୍ତୁ ଅନୁସାରେ, ଗୃହରେ ସୂର୍ଯ୍ୟ କିରଣ ପଡ଼ିବା ଦ୍ୱାରା ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ। ଏହା ସ୍ୱାସ୍ଥ୍ୟ  ଲାଗି ମଧ୍ୟ ଭଲ ହୋଇଥାଏ। ସୂର୍ଯ୍ୟ କିରଣକୁ ନେଇ ଥିବା କିଛି ବାସ୍ତୁ ଟିପ୍ସ ସମ୍ପର୍କରେ ଆସନ୍ତୁ ଜାଣିବା।

ସୂର୍ଯ୍ୟଙ୍କ କିରଣକୁ ଶକ୍ତିର ଉତ୍ସ ବୋଲି କୁହାଯାଏ। ଯେଉଁ ଘରେ ସୂର୍ଯ୍ୟ କିରଣ ପଡେନାହିଁ, ସେଠାରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ।

ଭୋର ୪ଟାରୁ ୬ଟା ପର୍ଯ୍ୟନ୍ତ ସମୟକୁ ବ୍ରାହ୍ମ ମୁହୂର୍ତ୍ତ କୁହାଯାଇଥାଏ। ଏହି ସମୟରେ ସୂର୍ଯ୍ୟ ଅସୀମ ଉର୍ଜ୍ଜାର ଭଣ୍ଡାର ହୋଇଥାନ୍ତି। ଏହି ସମୟରେ ସୂର୍ଯ୍ୟ ଦେବତା ଐଶାନ୍ୟ କୋଣରେ ଅବସ୍ଥାପିତ ହୋଇଥାନ୍ତି। ତେଣୁ ଘରର ଐଶାନ୍ୟ କୋଣରେ ଠାକୁର ଘର କିମ୍ବା ଅଧ୍ୟୟନ କକ୍ଷ ରହିବା ଉଚିତ।

– ପୂର୍ବାହ୍ନ ୬ଟାରୁ ୯ଟା ପର୍ଯ୍ୟନ୍ତ ସୂର୍ଯ୍ୟ ପୂର୍ବ କୋଣରେ ରହିଥାନ୍ତି। ତେଣୁ ଘରର ପୂର୍ବ କୋଣକୁ ଏପରି ତିଆରି କରନ୍ତୁ ଯେପରି ପର୍ଯ୍ୟାପ୍ତ ସୂର୍ଯ୍ୟ କିରଣ ଘରେ ପ୍ରବେଶ କରି ପାରିବ।

ଦିନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସୂର୍ଯ୍ୟ ଆଗ୍ନେୟ କୋଣରେ ରହିଥାନ୍ତି। ତେଣୁ  ରୋଷେଇ ଘର ସବୁବେଳେ ଆଗ୍ନେୟ କୋଣରେ ହିଁ କରନ୍ତୁ। ଏହି ସମୟରେ ଭୋଜନ ପ୍ରସ୍ତୁତ କରନ୍ତୁ ଓ ଗ୍ରହଣ କରନ୍ତୁ। ଏହା ଭୋଜନ ପାଚନ ଲାଗି ସର୍ବୋକୃଷ୍ଟ ସମୟ ହୋଇଥାଏ।

ମଧ୍ୟାହ୍ନ ୧୨ଟାରୁ ଅରାହ୍ନ ୩ଟା ପର୍ଯ୍ୟନ୍ତ ସୂର୍ଯ୍ୟ ଦକ୍ଷିଣ ଦିଗକୁ ଗତି କରିଥାନ୍ତି। ଏହି ସମୟରେ ସୂର୍ଯ୍ୟକିରଣ ହାନିକାରକ ହୋଇଥାଏ। ତେଣୁ ଏହି ସମୟରେ ବିଶ୍ରାମ କରିବା ଉଚିତ। ତେଣୁ ଦକ୍ଷିଣ ଦିଗରେ ଶୟନ କକ୍ଷ ରହିବା ଉଚିତ।

ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ସୂର୍ଯ୍ୟ ଦକ୍ଷିଣ-ପଶ୍ଚିମ କୋଣରେ ରହିଥାନ୍ତି। ଏହି କୋଣରେ ଘର ମୁଖିଆଙ୍କ ଶୟନ କକ୍ଷ, କ୍ୟାସ୍ କାଉଣ୍ଟର, ପୁସ୍ତକାଳୟ ଆଦି ରହିବା ଉଚିତ।

ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ସୂର୍ଯ୍ୟ ପଶ୍ଚିମ ଦିଗରେ ରହିଥାନ୍ତି। ଏହି ଦିଗରେ ବୈଠକ ଘର ରହିବା ଉଚିତ।

ରାତି ୯ଟାରୁ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସୂର୍ଯ୍ୟ ଉତ୍ତର-ପଶ୍ଚିମ କୋଣରେ ରହିଥାନ୍ତି। ତେଣୁ ଏହି ଦିଗରେ ଗ୍ୟାରେଜ, ଗୋଶାଳା ଆଦି ରହିବା ଉଚିତ।

ମଧ୍ୟ ରାତ୍ରିରୁ ଭୋର ୩ଟା ପର୍ଯ୍ୟନ୍ତ ସୂର୍ଯ୍ୟ ଉତ୍ତର ଦିଗରେ ଭ୍ରମଣ କରିଥାନ୍ତି। ତେଣୁ ଏହି ଦିଗରେ ଆଲମାରି, ମୂଲ୍ୟବାନ ଜିନିଷ ଆଦିକୁ ଗୋପନୀୟ ଭାବେ ରଖିବା ଉଚିତ। ବାସ୍ତୁ ଅନୁଯାୟୀ, ଘର ନିର୍ମାଣ ବେଳେ ଏହି ଦିଗ ପ୍ରତି ଧ୍ୟାନ ଦେଲେ ନିହାତି ଭାବେ ଘରେ ସୁଖଶାନ୍ତି ବିରାଜମାନ କରିବ ବୋଲି ଉଲ୍ଲେଖ ରହିଛି।

– ବାସ୍ତୁରେ ଏହା ମଧ୍ୟ କୁହାଯାଇଛି ଯେ ଆପଣଙ୍କ ବାଥ୍‌ରୁମ ଓ ରୋଷେଇ ଘରେ ମଧ୍ୟ ସୂର୍ଯ୍ୟଙ୍କର କିରଣ ଯେପରି ପଡ଼େ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଜୀବନରୁ ଅଶୁଭ ଗ୍ରହ ଦୋଷ ଦୂର ହୋଇଥାଏ।

  ସୂର୍ଯ୍ୟ କିରଣରେ ଅଗ୍ନି ତତ୍ତ୍ୱ ରହିଛି। ଯଦି ଆପଣଙ୍କ ଘର ଏପରି ତିଆରି ହୋଇଛି, ଯେଉଁଠି ସୂର୍ଯ୍ୟ କିରଣ ପଡ଼ିବା ସମ୍ଭବ ହେଉନାହିଁ, ତେବେ ଘରର ଡ୍ରଇଂ ରୁମ୍‌ରେ ସୂର୍ଯ୍ୟ ଉଦୟ ହେଉଥିବାର ଏକ ବଡ଼ ଫଟୋ ଲଗାଇ ପାରନ୍ତି। ଯେପରି ଆପଣଙ୍କ ପରିବାର ସଦସ୍ୟଙ୍କ ଧ୍ୟାନ ସର୍ବଦା ସେହି ଫଟୋ ଉପରେ ପଡ଼ୁଥିବ। ଏହାଦ୍ୱାରା ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବା ସହିତ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ମିଳିଥାଏ।



from Odisha Reporter https://ift.tt/2Z01stA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages