ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସର ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀଙ୍କୁ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ବ୍ୟାଙ୍କ ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଛି।
ଅନ୍ୟପକ୍ଷରେ ଅଗସ୍ତା ୱେଷ୍ଟଲ୍ୟାଣ୍ଡ ମାମଲାରେ ରତୁଲ ପୁରୀଙ୍କୁ ଆଗୁଆ ଜାମିନ୍ ମିଳିସାରିଛି।
ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ୩୫୪.୫୧ କୋଟି ଟଙ୍କା ଠକେଇ ମାମଲାରେ ଗତ ଶନିବାର ରତୁଲ ପୁରୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ରତୁଲଙ୍କ ବ୍ୟତୀତ ଏମ୍ବିଆଇଏଲ୍ର ପ୍ରବନ୍ଧ ନିର୍ଦ୍ଦେଶକ ଦୀପକ ପୁରୀ, ନୀତା ପୁରୀ, ସଞ୍ଜୟ ଜେନ୍, ବିନିତ ଶର୍ମାଙ୍କ ସହ ଆଉ କେତେକ କର୍ମଚାରୀଙ୍କ ବିରୋଧରେ ଠକେଇ, ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର ଓ ଦୁର୍ବ୍ୟବହାର ପରି ମାମଲାର ଦାୟର କରାଯାଇଛି।
ଉଲ୍ଲେଖଯୋଗ୍ୟ, ଅଗସ୍ତା ୱେଷ୍ଟଲ୍ୟାଣ୍ଡ ମାମଲାରେ ରତୁଲ ପୁରୀ ତଦନ୍ତ ପରିସରଭୁକ୍ତ ରହିଛନ୍ତି। ୨୦୧୦ ମସିହାରେ କଂଗ୍ରେସ ଶାସନ କାଳରେ ଭାରତୀୟ ବାସୁସେନା ୧୨ଟି ଭିଭିଆଇପି ହେଲିକପ୍ଟର କିଣିବା ପାଇଁ ଏଗଲୋ-ଇତାଲବି କମ୍ପାନୀ ଅଗସ୍ତା ୱେଷ୍ଟଲ୍ୟାଣ୍ଡ ସହିତ ୩, ୬୦୦ କୋଟି ଟଙ୍କାର ଏଗ୍ରେମେଣ୍ଟ କରିଥିଲା। ହେଲେ ଜାନୁଆରୀ ୨୦୧୪ ମସିହାରେ କ୍ଷମତାକୁ ଆସିବା ପରେ କେନ୍ଦ୍ରରେ ଥିବା ଭାଜପା ସରକାର ଏହି ଏଗ୍ରେମେଣ୍ଟକୁ ରଦ୍ଧ କରିଦେଇଥିଲେ।
ଅଭିଯୋଗ ଆସିଥିଲା, ଏହି ଏଗ୍ରିମେଣ୍ଟ ଲାଗି ୩୬୦ କୋଟି ଟଙ୍କାର କମିଶନ ଦିଆଯାଇଥିଲା। ରତୁଲ ପୁରୀ ତାଙ୍କ କମ୍ପାନୀ ଜରିଆରେ ଏହି ଲାଞ୍ଚ ନେଇଥିବା ଅଭିଯୋଗ ରହିଛି।
from Odisha Reporter https://ift.tt/2TM7wzV
No comments:
Post a Comment