ହଷ୍ଟେଲ୍‌ ଭିତରେ ପଶି ଛାତ୍ରଙ୍କୁ ପିଟିଲେ ଅଣଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ହଷ୍ଟେଲ୍‌ ଭିତରେ ପଶି ଛାତ୍ରଙ୍କୁ ପିଟିଲେ ଅଣଛାତ୍ର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଏକ ସରକାରୀ ପଲିଟେକ୍‌ନିକ୍‌ ହଷ୍ଟେଲ୍‌ରେ ପଶି ଜଣେ ଛାତ୍ରଙ୍କୁ କିଛି ଅଣଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବଲାଙ୍ଗିର ସହର ସ୍ଥିତ ଲର୍କିପାଲି ଠାରେ ଥିବା ସରକାରୀ ପଲିଟେକ୍‌ନିକ୍‌ କଲେଜର ବଏଜ୍‌ ହଷ୍ଟେଲ୍‌ରେ। ଆହତ ଛାତ୍ରଙ୍କ ନାଁ ସୁଦାମ ମହାକୁଡ଼। ବଲାଙ୍ଗିର ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ପାଞ୍ଚ ଜଣ ଯୁବକ ହଷ୍ଟେଲ୍‌ ଭିତରେ ପଶି ପ୍ରୀତମ୍‌ କୁମ୍ଭାର ନାମକ ଜଣେ ଛାତ୍ରଙ୍କୁ ଖୋଜିଥିଲେ। ହେଲେ ସେମାନେ ପ୍ରୀତମ୍‌ଙ୍କୁ ନପାଇବାରୁ  ତାଙ୍କ ସାଙ୍ଗ ସୁଦାମଙ୍କୁ ବାଉଁଶ ବାଡ଼ିରେ ପିଟିଥିଲେ। ହେଲେ ହଷ୍ଟେଲ୍‌ରେ ରହୁଥିବା ଅନ୍ୟ ଛାତ୍ରମାନେ ପ୍ରତିବାଦ କରିବାରୁ ଅଣଛାତ୍ରମାନେ ସେଠାରୁ ଫେରାର୍ ହୋଇଯାଇଥିଲେ।

ଖବର ଲେଖାଯିବା ସୁଦ୍ଧା ଏ ଘଟଣା ନେଇ ସୁଦାମ ପୁଲିସ୍‌ରେ କୌଣସି ଲିଖିତ ଅଭିଯୋଗ କରି ନାହାନ୍ତି। ଅନ୍ୟପକ୍ଷରେ ଏନେଇ ମୁହଁ ଖୋଲିଛନ୍ତି ପ୍ରୀତମ୍। ସେ କହିଛନ୍ତି,“ପୂର୍ବ ଶତ୍ରୁତାରୁ ମିଛାପାଲି ଗାଁର କିଛି ଯୁବକ ମୋତେ ଆକ୍ରମଣ କରିବାକୁ ଆସିଥିଲେ। ହେଲେ ମୋତେ ନପାଇ ମୋ ସାଙ୍ଗ ସୁଦାମକୁ ମାଡ଼ ମାରିଛନ୍ତି।”

ଏହି ଘଟଣା ସମ୍ପର୍କରେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter https://ift.tt/2Z9IBY9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages