ଏହିସବୁ ଖାଦ୍ୟକୁ ବାରମ୍ବାର ଗରମ କଲେ ହୋଇଯାଏ ବିଷାକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ଏହିସବୁ ଖାଦ୍ୟକୁ ବାରମ୍ବାର ଗରମ କଲେ ହୋଇଯାଏ ବିଷାକ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକଙ୍କ ଘରେ ଖାଦ୍ୟ ବଳେ। ସେମାନେ ବଳକା ଖାଦ୍ୟକୁ ଫ୍ରିଜ୍‌ରେ ରଖି ଦିଅନ୍ତି। ପରେ ଏହାକୁ ଗରମ କରି ଖା’ନ୍ତି। ସେହିଭଳି ଆଉ କେହି କେହି ରୋଷେଇ କରିବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ପୂରା ଦିନ ପାଇଁ ଗୋଟିଏ ଥରରେ ରୋଷେଇ କରି ଖାଦ୍ୟକୁ ଫ୍ରିଜ୍‌ରେ ରଖି ଦିଅନ୍ତି। ପରେ ତାକୁ ଗରମ କରି ଖା’ନ୍ତି। ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ଆମିଷ ହେଉ ଅବା ନିରାମିଷ ତରକାରି କରି ଫ୍ରିଜ୍‌ରେ ରଖି ଦୁଇ ତିନି ଦିନ ପର୍ଯ୍ୟନ୍ତ ଖା’ନ୍ତି। ଖାଇଲା ପୂର୍ବରୁ ଫ୍ରିଜ୍‌ରୁ କାଢ଼ି ଏହାକୁ ଗରମ କରି ଦିଅନ୍ତି। ତେବେ ଜାଣିଛନ୍ତି, ଏଭଳି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଆଦୌ ହିତକର ନୁହେଁ। କୁହାଯାଏ, ଖାଦ୍ୟକୁ ଗରମ କରି ଦେଲେ ସେଥିରେ ଥିବା ବ୍ୟାକ୍ଟେରିଆ ମରିଯାଏ। କିନ୍ତୁ ଏପରି କିଛି ଖାଦ୍ୟ ଅଛି ଯାହାକୁ ବାରମ୍ବାର ଗରମ କଲେ ସେଥିରେ ଟକ୍ସିନ୍ ଓ ବ୍ୟାକ୍ଟେରିଆ ବଢ଼ିଯା’ନ୍ତି ଓ ଏହା ଶରୀର ପାଇଁ କ୍ଷତିକାରକ ହୋଇଥା’ନ୍ତି। ତା’ହେଲେ ଆସନ୍ତୁ ଜାଣିବା କେଉଁ ଖାଦ୍ୟପେୟକୁ ବାରମ୍ବାର ଗରମ କଲେ, ତାହା ବିଷାକ୍ତ ହୋଇଯାଏ।

ଚା’: ଚା’ ପିଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଅନେକ ଲୋକ ଏକ ସାଙ୍ଗରେ ବହୁତ ଚା’ କରି ଦିଅନ୍ତି ଓ ତାକୁ ଦିନରେ ବାରମ୍ବାର ଗରମ କରି ପିଇଥା’ନ୍ତି। ଅନେକ ଚା’ ଦୋକାନୀ ମଧ୍ୟ ଏମିତି କରିଥା’ନ୍ତି। ସେମାନେ ଏକା ଥରକେ ବହୁତ ଚା’ କରି, ତାକୁ ବାରମ୍ବାର ଗରମ କରି ଗ୍ରାହକଙ୍କୁ ଦିଅନ୍ତି। ତେବେ ଏ ଚା’ ଶରୀର ପାଇଁ କ୍ଷତିକାରକ। ଚା’କୁ ବାରମ୍ବାର ଗରମ କଲେ ଚା’ପତିରେ ଥିବା ତତ୍ତ୍ୱ ଅମ୍ଳରେ ପରିଣତ ହୋଇଯାଏ ଓ ଏହା ପାଚନ ତନ୍ତ୍ରକୁ ଦୁର୍ବଳ କରାଏ ଏବଂ ତା’ସହିତ ଏସିଡିଟି ବଢ଼େ।

ଭାତ:  ଭାତକୁ ବାରମ୍ବାର ଗରମ କଲେ ଏଥିରେ ବ୍ୟାକ୍ଟେରିଆ ସଂଖ୍ୟା ଦ୍ୱିଗୁଣିତ ହୋଇଯାଏ। ବିଶେଷ କରି ଏହାକୁ ବାରମ୍ବାର ଗରମ କରି ପୁଣି ଥଣ୍ଡା କଲେ ଏଥିରେ ବସିଲସ୍ ସେରେୟସ୍‌ ନାମକ ବ୍ୟାକ୍ଟେରିଆ ୨ଗୁଣ ବଢ଼ିଯାଏ। ଏଥିଯୋଗୁ ଡାଇରିଆ ମଧ୍ୟ ହୋଇପାରେ।

ଆଳୁ: ଭାତ ପରି ସିଝା ଆଳୁକୁ ମଧ୍ୟ ବାରମ୍ବାର ଗରମ କଲେ ଏଥିରେ ବ୍ୟାକ୍ଟେରିଆ ବଢ଼ିଯାଏ। ଫଳରେ ଏହାକୁ ଖାଇବା ଦ୍ୱାରା ପେଟ ଖରାପ ହୋଇଥାଏ।

ଛତୁ: ଛତୁ ଏକ ପ୍ରକାରର ଫଙ୍ଗସ୍‌। ଏହା ଅନେକ ପ୍ରକାରର ପୁଷ୍ଟିକର ତତ୍ତୱରେ ଭରପୂର। ହେଲେ ଏହାକୁ ବାରମ୍ବାର ଗରମ କଲେ ଏହାର କମ୍ପୋଜିସନ୍‌ ବଦଳିଯାଏ ଓ ଏହା ବିଷାକ୍ତ ହୋଇଯାଏ। ଫଳରେ ଏହାକୁ ଖାଇବା ଦ୍ୱାରା ଫୁଡ୍‌ ପଏଜନ୍‌ ହେବାର ସମ୍ଭାବନା ଥାଏ।

ଅଣ୍ଡା: ଅଣ୍ଡାକୁ ଉଚିତ ତାପମାତ୍ରାରେ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସିଝାଇଲେ ସେଥିରେ ଥିବା ପୋଷକ ତତ୍ତ୍ୱ ଆମ ଶରୀରକୁ ଲାଭ ଦେଇଥାଏ। ହେଲେ ଏହାକୁ ଅତ୍ୟଧିକ ସିଝାଇଲେ କିମ୍ବା ଅଣ୍ଡା ତରକାରିକୁ ବାରମ୍ବାର ଗରମ କଲେ, ଏଥିରେ ଥିବା ସମସ୍ତ ପୁଷ୍ଟିକର ଗୁଣ ନଷ୍ଟ ହୋଇଯାଏ ଓ ଏହା ଟକ୍‌ସିକ୍‌ ହେଇଯାଏ। ଆଉ ଏହାକୁ ଖାଇଥିଲେ ହଜମକ୍ରିୟା ଉପରେ ପ୍ରଭାବ ପଡ଼ିଥାଏ ଓ ପେଟ ଖରାପ ହୋଇଥାଏ।



from Odisha Reporter https://ift.tt/2TI12lI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages