ଚୁଡ଼ା ବରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 21, 2019

ଚୁଡ଼ା ବରା

ଆବଶ୍ୟକୀୟ ସାମଗ୍ରୀ: ଚୁଡ଼ା, ଅରୁଆ ଚାଉଳ, ପିଆଜ, ଆମ୍ବକଷି ଅଦା, କଞ୍ଚାଲଙ୍କା, ଭୁର୍ସୁଙ୍ଗ ପତ୍ର, ଜିରା ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପୂର୍ବରୁ ପାଣିରେ ଭିଜାଇ ରଖିଥିବା ଅରୁଆ ଚାଉଳକୁ ବାଟି ଦିଅନ୍ତୁ। ତା’ପରେ ଚୁଡ଼ାକୁ ପାଣିରେ ପକାଇ ଛାଣି ଦିଅନ୍ତୁ। ଏବେ ଚାଉଳ ବଟାରେ ଭିଜା ଚୁଡ଼ା, କଟା ପିଆଜ, କଟା ଆମ୍ବକଷି ଅଦା, କଟା କଞ୍ଚାଲଙ୍କା ଓ ଲୁଣ ପକାଇ ଗୋଳାନ୍ତୁ। ଏଥିସହ ସେଥିରେ ତେଲରେ ଭଜା ହୋଇଥିବା ଭୁର୍ସୁଙ୍ଗ ପତ୍ର ଓ ଜିରାକୁ ମଧ୍ୟ ପକାନ୍ତୁ।

ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ଉକ୍ତ ମିଶ୍ରଣକୁ ବରା ଆକାର ଦେଇ ତେଲରେ ପକାନ୍ତୁ। ଗୋଲ୍ଡେନ୍‌ କଲର୍ ହୋଇଗଲେ ଏଗୁଡ଼ିକୁ ତେଲରୁ ଛାଣି ଆଣନ୍ତୁ ଓ ପ୍ଲେଟ୍‌ରେ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଚୁଡ଼ା ବରା’।



from Odisha Reporter https://ift.tt/2L4lVDB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages