ରାଜ୍ୟରେ ବନ୍ୟା ଯୋଗୁ ଗଲାଣି ୮ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 12, 2019

ରାଜ୍ୟରେ ବନ୍ୟା ଯୋଗୁ ଗଲାଣି ୮ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) :  ବର୍ଷା ଓ ବନ୍ୟାଜନିତ ଅଘଟଣରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଛି  ।  ବିଭିନ୍ନ ଜିଲ୍ଲାର ନଦୀ ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବାବେଳେ କଳାହାଣ୍ଡି ଜିଲା କାଳୀଗଙ୍ଗା ନଦୀର ଜଳସ୍ତର ବଢ଼ିଛି । ଏହି ଜିଲାର କର୍ଲାମୁଣ୍ଡାରେ ସବାର୍ଧିକ ୬୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଲଗାଣ ବର୍ଷା ଯୋଗୁ  ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁ ପରିସ୍ଥିତି ଉଦ୍‌ବେଗଜନକ  ରହିଛି। ବହୁ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ବିପନ୍ନଙ୍କ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏକ ପ୍ରେସ୍‌ ମିଟ୍‌ରେ ସୂଚନା ଦେଇଛନ୍ତି।

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ,   କଳାହାଣ୍ଡି ସାରଗଡ଼ ଗାଁରୁ ଅଦ୍ୟାବଧୀ ୧୫୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ଡିଜିପଡ଼ା ଓ ଦେଉଳିପଡ଼ାରୁ ୬୫ ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ଲଗାଣ ବର୍ଷା ଯୋଗୁ ମାଲକାନଗିରିରେ ପରିସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି। ଯେକୌଣସି ସମୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ  ଗୋଟିଏ NDRF ଟିମ୍‌କୁ  ପ୍ରସ୍ତୁତ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ତାସହ ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍ଆରସି ସୂଚନା ଦେଇଛନ୍ତି ।



from Odisha Reporter https://ift.tt/2MfvWAV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages