ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍, ଚାଲିଗଲା ୨ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 20, 2019

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍, ଚାଲିଗଲା ୨ ଜୀବନ

ବାଲୁଗାଁ(ଶକ୍ତି ପ୍ରସାଦ ମିଶ୍ର): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ବେଲପଡ଼ା ଛକର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଆଜି ଭୋରୁ୨ଟି ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଗୋଟିଏ ଟ୍ରକ୍‌ର ହେଲପର ଓ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ଟ୍ରକ୍‌ର ଜଣେ କର୍ମଚାରୀ ଆହତ ହୋଇଛନ୍ତି।

ଏକ ପଥର ବୋଝେଇ ଟ୍ରକ୍‌ଟି ଖରାପ ହେବାରୁ  ଆଜି ଭୋରୁ ବେଲପଡ଼ା ଛକ ନିକଟ ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଟ୍ରକ୍‌ ପଛରେ  ଡ୍ରାଇଭର, ହେଲପର ଛିଡ଼ା ହୋଇ ଏହାର ମରାମତି କାମ କରୁଥିଲେ।  ଏହି ସମୟରେ ଦ୍ରୁତ ଗତିରେ ଏକ ଧାନ ବୋଝେଇ ଟ୍ରକ୍ ପଛରୁ ଆସି ଏହାକୁ ଧକ୍କା ଦେଇଥିଲା। ଫଳରେ ପଥର ବୋଝେଇ ଟ୍ରକ୍‌ଟି କିଛି ବାଟ ଯାଇ ବିଲ ମଧ୍ୟରେ ଓଲଟି ପଡ଼ିଛି।  ଏହି ଦୁର୍ଘଟଣାରେ ପଥର ବୋଝେଇ ଟ୍ରକ୍‌ର ହେଲପର ଓ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ମୃତ ଡ୍ରାଇଭର ହେଲେ ମୁନା ପାତ୍ର। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ। ମୃତ ହେଲପରଙ୍କ ନାଁ ସୁଦର୍ଶନ ବେହେରା। ତାଙ୍କ ଘର ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ଅଞ୍ଚଳରେ । ଆହତଜଣଙ୍କ ଧାନ ବୋଝେଇ ଟ୍ରକ୍‌ର କର୍ମଚାରୀ ହୋଇଥିଲେ ବି ତାଙ୍କ ପରିଚୟ ମିଳି ପାରି ନାହିଁ।  ତାଙ୍କ ସାଥୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କେଉଁଆଡେ ନେଇଯାଇଛନ୍ତି।  ବାଣପୁର ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2Z9E2SA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages