୪ ଦିନ ନିଖୋଜ ପରେ ଉଦ୍ଧାର ହେଲା ଅଢେଇ ମାସର ଶିଶୁପୁତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 21, 2019

୪ ଦିନ ନିଖୋଜ ପରେ ଉଦ୍ଧାର ହେଲା ଅଢେଇ ମାସର ଶିଶୁପୁତ୍ର

ପାରାଦୀପ(ରମାକାନ୍ତ ନାୟକ):  ୪ ଦିନ ତଳୁ ନିଖୋଜ ହୋଇଯାଇଥିଲା ଅଢେଇ ମାସର ଶିଶୁ ପୁତ୍ର। ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାର ଦ୍ୱାରସ୍ତ ହେଲେ। ପୁଲିସ୍‌ ବିଭିନ୍ନ ଆଡ଼େ ଚଢ଼ାଉ ପରେ ଗତ କାଲି ବିଳମ୍ବିତ ରାତିରେ ଶିଶୁପୁତ୍ରଟିକୁ ଉଦ୍ଧାର କରିଛି। ଶିଶୁ ଅପହରଣ ଅଭିଯୋଗରେ ପୁଲିସ୍‌ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରିଛି। ଏପରି ଅଭାବନୀୟ ଘଟଣା ଘଟିଛି ପାରାଦୀପରେ।

ନିଖୋଜ ଛୁଆଟି ହେଉଛି ବାଲିକୁଦା ଥାନା ତିତିରା ଗ୍ରାମର ଶତ୍ରୁଘ୍ନ ସାମଲଙ୍କ ପୁଅ । ଗତ ୧୭ ତାରିଖରେ ପାରାଦୀପ ଲକ୍‌ପଡ଼ାରେ ରହୁଥିବା ନିଜ ସମ୍ପର୍କୀୟ ଭିଣୋଇ କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ଘରକୁ ଶତ୍ରୁଘ୍ନ ନିଜ ପରିବାର ସହ ବୁଲି ଆସିଥିଲେ। ଶତ୍ରୁଘ୍ନଙ୍କ ସହ ତାଙ୍କ ଅଢେଇ ମାସର ପୁଅ ଓ ପତ୍ନୀ ମଧ୍ୟ ଆସିଥିଲେ।

ଘରେ ଗହଳି ଥିବା ବେଳେ ଏହାର ସୁଯୋଗ ଉଠାଇଥିଲେ କୃଷ୍ଣଚନ୍ଦ୍ରଙ୍କ ଘରେ କାମ କରୁଥିବା ମହିଳାଜଣକ। ସେ ପୁଅ ସହ କିଛି ସମୟ ଖେଳିଥିଲେ। ଏହାପରେ ପରିବାର ସଦସ୍ୟଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ପୁଅକୁ ଚୋରି କରି ନେଇ ଯାଇଥିଲେ। ବିଭିନ୍ନ ଆଡୁ ପୁଅକୁ ଖୋଜି ନିରାଶ ହେବା ପରେ ଏ ନେଇ ପାରାଦୀପ ଥାନାରେ ଅଭିଯୋଗ କରିଥିଲେ ଶତ୍ରୁଘ୍ନ ।

ଏହାପରେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ଗତ ରାତିରେ ପୁଲିସ୍‌ ଶିଶୁପୁତ୍ରକୁ ଉଦ୍ଧାର ସହ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ପଛରେ ଆଉ କାହାର ହାତ ଅଛି, ସେ ନେଇ ପୁଲିସ୍‌ ଆରମ୍ଭ କରିଛି ତଦନ୍ତ।



from Odisha Reporter https://ift.tt/2TVTmMY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages