ଜମ୍ମୁ କଶ୍ମୀରରେ ପୁଣି ନିୟୋଜିତ ହେଲେ ୨୮ ହଜାର ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 1, 2019

ଜମ୍ମୁ କଶ୍ମୀରରେ ପୁଣି ନିୟୋଜିତ ହେଲେ ୨୮ ହଜାର ଯବାନ

ଶ୍ରୀନଗର: ପୁଣି ଜମ୍ମୁ କଶ୍ମୀରରେ କେନ୍ଦ୍ର ସରକାର ୨୮ ହଜାର ଅତିରିକ୍ତ ଯବାନ ନିୟୋଜିତ କରିଛନ୍ତି। ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଯବାନମାନେ ସହରର ଥିବା ଅତି ସମ୍ୱେଦନଶୀଳ ସ୍ଥାନ ଓ ଘାଟି ମାନଙ୍କରେ ନିୟୋଜିତ ହୋଇଛନ୍ତି। ଗୁରୁବାର ସକାଳେ ଏହି ଯବାନ ମାନେ କଶ୍ମୀରରେ ପହଞ୍ଚିବା ପରେ ଅଧିକ ଯବାନ ନିୟୋଜିତ ହେଉଥିବା ଖବର ଜଣାପଡ଼ିଥିଲା। ନିୟୋଜିତ ହୋଇଥିବା ୨୮ ହଜାର ଯବାନଙ୍କ ମଧ୍ୟରୁ ଅଧିକାଂଶ ଯବାନ ସିଆରପିଏଫ୍ ବାଟାଲିୟନର।

ତେବେ ହଠାତ୍ କାହିଁକି ଏତେ ସଂଖ୍ୟାରେ ଯବାନ ମାନଙ୍କୁ ନିୟୋଜିତ କରାଯାଇଛି ସେ ନେଇ ସଠିକ୍ ସୂଚନା ମିଳି ପାରି ନାହିଁ। ସହରର ପ୍ରବେଶ ଏବଂ ବାହାରିବା ରାସ୍ତାରେ ସିଆରପିଏଫ ଯବାନ ମାନଙ୍କୁ ନିୟୋଜିତ କରାଯାଇଛି। ସ୍ଥାନୀୟ ପୁଲିସ ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି।

ଅନ୍ୟପଟେ ରାଜ୍ୟର ଥିବା କିଛି ଛୋଟମୋଟ ଧର୍ମସ୍ଥଳୀରେ ସୁରକ୍ଷା ବଢ଼ାଇ ଦିଆଯାଇଛି। କାରଣ ବିଦେଶୀ ଗୁଇନ୍ଦା ସୂତ୍ର ଅନୁସାରେ ସେହିସବୁ ସ୍ଥାନରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ପୁଲିସ କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଆତଙ୍କବାଦୀମାନେ ଯୋଜନା କରୁଛନ୍ତି। ସେହିପରି ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପୂର୍ବରୁ ଗ୍ରୀଷ୍ମକାଳୀନ ଅବକାଶ ଛୁଟି ଯୋଗୁ ଶିକ୍ଷା ଅନୁଷ୍ଠାନମାନ ବନ୍ଦ ରହିଛି।

ସୂଚନାଯୋଗ୍ୟ, ଠିକ୍ ୫ ଦିନ ପୂର୍ବରୁ ଜମ୍ମୁ କଶ୍ମୀରରେ ୧୦ ହଜାର ଯବାନ ନିୟୋଜିତ କରାଯାଇଥିଲା। ସପ୍ତାହକ ମଧ୍ୟରେ ପୁଣି ଏତେ ସଂଖ୍ୟକ ଯବାନ କଶ୍ମୀରରେ ନିୟୋଜିତ ହେବାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଦଳିପାରେ ବୋଲି ଆଶା କରି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିବା ଜଣାପଡ଼ିଛି।



from Odisha Reporter https://ift.tt/2YnT5b5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages