ଘର କରିବା ପାଇଁ ଟଙ୍କା ରଖିଥିଲେ, ଲୁଟିନେଲେ ଡକାୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 1, 2019

ଘର କରିବା ପାଇଁ ଟଙ୍କା ରଖିଥିଲେ, ଲୁଟିନେଲେ ଡକାୟତ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବାସୁଦେବପୁର ଗାଁରେ ଗୋଟାଏ ରାତିରେ ଦୁଇ ଜଣଙ୍କ ଘରୁ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଗାଁର କଣ୍ଡୁରୀ ଦାସ ଓ ପଞ୍ଚାନନ ନାୟକଙ୍କ ଘରୁ ଏହି ଡକାୟତି ହୋଇଛି।

ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ସମୟରେ ଡକାୟତମାନେ କବାଟତାଡ଼ି କଣ୍ଡୁରୀଙ୍କ ଘରେ ପଶିଥିଲେ। ତାଙ୍କ ଘରୁ ଦୁଇ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ। ଘର କାମ କରିବା ପାଇଁ କଣ୍ଡୁରୀ ବ୍ୟାଙ୍କରୁ ଟଙ୍କା ଉଠାଇ ଘରେ ଆଣି ରଖିଥିଲେ।

ସେହିପରି ପଞ୍ଚାନନଙ୍କ ସ୍ତ୍ରୀ ରାତିରେ ଶୌଚପାଇଁ ବାହାରକୁ ଉଠିଥିବା ବେଳେ ଡକାୟତମାନେ ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ତାଙ୍କ ଘରେ ପଶି ୪୦ ହଜାର ଟଙ୍କା ଓ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ।

ଏନେଇ ପାଟକୁରା ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2OAoimH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages