ମୁମ୍ୱାଇ: ଆଜି ପରଦାକୁ ଆସୁଛି ‘ବାହୁବଳୀ’ ପ୍ରଭାସଙ୍କ ପ୍ରଥମ ବଲିଉଡ୍ ଫିଲ୍ମ ‘ସାହୋ’। ବଲିଉଡ୍ ଡିଭା ଶ୍ରଦ୍ଧା କପୁରଙ୍କ ସହିତ ପ୍ରଭାସ ଏହି ଫିଲ୍ମରେ ସ୍କ୍ରିନ୍ ଶେଆର୍ କରିଛନ୍ତି। ଏହି ଆକ୍ସନ୍ ଥ୍ରୀଲର୍ ଫିଲ୍ମର ଟିଜର , ଟେଲର୍ ଓ ଗୀତ ସାଇକୋ ସେୟାଁ ବେଶ୍ ଚର୍ଚ୍ଚା ସାଉଁଟି ସାରିଛି। ତେଣୁ ବକ୍ସ ଅଫିସରେ ଫିଲ୍ମଟି ରେକର୍ଡ କଲେକ୍ସନ୍ କରିବାକୁ ଯାଉଛି ବୋଲି ସିନେ ସମୀକ୍ଷକମାନେ ଆଶା ରଖିଛନ୍ତି।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ ରେଡ୍ଡି। ରିପୋର୍ଟ ଅନୁସାରେ ଭାରତରେ ୧୦ ହଜାର ସ୍କ୍ରିନ୍ରେ ‘ସାହୋ’ ରିଲିଜ୍ ହେବାକୁ ଯାଉଛି। ତେଣୁ ପ୍ରଥମ ଦିନରେ ଫିଲ୍ମଟି ୭୫ କୋଟି ଟଙ୍କାର ବମ୍ପର୍ ଆୟ କରିବ ବୋଲି ଆଶା କରାଯାଉଛି।
ସ୍କ୍ରିନ୍ ଶେଆରିଙ୍ଗରେ ‘ସାହୋ’ ‘ବାହୁବଳୀ ୨’ ଓ ରଜନୀକାନ୍ତଙ୍କ ସାଇନ୍ସ ଫିକ୍ସନ୍ ଫିଲ୍ମ ‘୨.୦’ର ମଧ୍ୟ ରେକର୍ଡ ଭାଙ୍ଗି ଦେଇଛି। ‘୨.୦’ ଓ ‘ବାହୁବଳୀ ୨’ ଫିଲ୍ମ ସାରା ବିଶ୍ୱରେ ଯଥାକ୍ରମେ ୧୦ ହଜାର ଓ ୯୦୦୦ ସ୍କ୍ରିନ୍ରେ ରିଲିଜ୍ ହୋଇଥିଲା। ଦକ୍ଷିଣ ଭାରତ ସହିତ ଉତ୍ତର ଭାରତରେ ମଧ୍ୟ ପ୍ରଭାସଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏଥିପାଇଁ ପ୍ରଭାସଙ୍କ ଫିଲ୍ମକୁ ଉତ୍ତର ଭାରତରେ ୪୫୦୦ଟି ହଲ୍ରେ ରିଲିଜ୍ କରାଯାଉଛି।
from Odisha Reporter https://ift.tt/2ZsvPJu
No comments:
Post a Comment