ସୁପ୍ରିମକୋର୍ଟରେ ଜାମିନ୍ ଆବେଦନ କଲେ ଚିଦାମ୍ୱରମ, ସମର୍ଥନରେ ବାହାରିଲେ କଂଗ୍ରେସ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 20, 2019

ସୁପ୍ରିମକୋର୍ଟରେ ଜାମିନ୍ ଆବେଦନ କଲେ ଚିଦାମ୍ୱରମ, ସମର୍ଥନରେ ବାହାରିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ। ଆଉ କିଛି ସମୟ ପରେ ଜାମିନ ଆବେଦନର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଚିଦାମ୍ୱରମଙ୍କୁ ଖୋଜୁଛି ସିବିଆଇ। ଗତକାଲି ପ୍ରଥମେ ସନ୍ଧ୍ୟାରେ ତାପରେ ବିଳମ୍ୱିତ ରାତିରେ ସିବିଆଇ ଚିଦାମ୍ୱରମଙ୍କ ଦିଲ୍ଲୀ ବାସ ଭବନକୁ ଯାଇଥିଲା। ହେଲେ ଚିଦାମ୍ୱରମଙ୍କ ଖୋଜ୍ ଖବର ମିଳିନଥିବା ସୂଚନା ରହିଛି। ଆଜି ସକାଳେ ପି ଚିଦାମ୍ୱରମଙ୍କ ନପାଇ ଖାଲି ହାତରେ ସିବିଆଇ ଫେରିଥିବା ସୂଚନା ରହିଛି।

ଆଇଏନଏକ୍ସ ମିଡିଆ ଦୂର୍ନୀତି ମାମଲାରେ ଚିଦାମ୍ବରମଙ୍କ ବିରୋଧରେ ଉଭୟ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି। ତେଣୁ ସେ ଉଭୟ ତଦନ୍ତକାରୀ ସଂସ୍ଥାର ଗିରଫଦାରୀରୁ ବଞ୍ଚିବା ପାଇଁ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ଗତକାଲି ଜାମିନ୍ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ। କୋର୍ଟ ଶୁଣାଣି ସମୟରେ କହିଥିଲେ, ଚିଦାମ୍ବରମ୍‌ ଏହି ମାମଲାର କିଙ୍ଗପିନ୍‌ ବୋଲି ପ୍ରମାଣରୁ ଜଣାପଡ଼ିଛି। ସେ ଆଇଏନ୍‌ଏକ୍ସ ମିଡିଆ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। କୋର୍ଟ ନିଶ୍ଚିତ ଯେ, ତାଙ୍କୁ ହେପାଜତକୁ ଆଣି ପଚରାଉଚରାର ଆବଶ୍ୟକତା ରହିଛି। ଏହା ମନି ଲଣ୍ଡରିଂର ଏକ ପ୍ରକୃଷ୍ଟ ଉଦାହରଣ ଏବଂ ଏସବୁ ମାମଲାରେ ଆଗୁଆ ଜାମିନ ଦେବା ସମାଜକୁ ଭୁଲ ବାର୍ତ୍ତା ଦେବ।

ଏହାପରେ ଗତକାଲି ସନ୍ଧ୍ୟାରେ ପ୍ରଥମେ ସିବିଆଇ ଟିମ୍‌ ଏବଂ ଇଡି ଟିମ୍‌ ଚିଦାମ୍ବରମ୍‌ଙ୍କ ଜୋରବାଗ୍‌ସ୍ଥିତ ବାସଭାବନଠାରେ ପହଞ୍ଚିଥିଲେ। କିନ୍ତୁ ସେ ଘରେ ନଥିବାରୁ ଉଭୟ ଟିମ୍‌ଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏହାପରେ ବଳିମ୍ୱିତ ରାତିରେ ସିବିଆଇ ଚିଦାମ୍ବରମଙ୍କୁ ଯାଇ ଆଜି ସକାଳେ ଫେରିଛି। ଗତକାଲି ସନ୍ଧ୍ୟାରେ ସିବିଆଇ ଯାଇ ଚିଦାମ୍ୱରମଙ୍କ ଘର ଆଗରେ ନୋଟିସ ଲଗାଇ ଆସିଥିଲା। ଯେଉଁଥିରେ ୨ ଘଣ୍ଚା ମଧ୍ୟରେ ହାଜର ହେବା ପାଇଁ ନୋଟିସ୍ ଲଗାଯାଇଥିଲା। ତେବେ ସିବିଆଇ କେଉଁ ଆଧାରରେ ଜଣେ ପକ୍ଷଙ୍କୁ ୨ ଘଣ୍ଚା ମଧ୍ୟରେ ହାଜର ହେବା ପାଇଁ କହିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ଓକିଲ କପିଲ ଶିବଲ୍।

ଚିଦାମ୍ୱରମଙ୍କୁ ସିବିଆଇ ଦ୍ୱାରା କରାଯାଇଥିବା ନୋଟିସକୁ ବିରୋଧ କରିଛନ୍ତି ଅନେକ କଂଗ୍ରେସ ନେତା। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଡ୍ରା ଟୁଇଟ କରି କହିଛନ୍ତି ସେ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ସହିତ ଗୃହମନ୍ତ୍ରୀ। ତାଙ୍କୁ ଜାଣିଶୁଣି ମାମଲାରେ ଛନ୍ଦି ଦିଆଯାଉଛି।

ସୂଚନାଯୋଗ୍ୟ ଯେ, ୨୦୦୭ ମସିହାରେ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ଆଇଏନ୍‌ଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କାର ଅର୍ଥ କାରବାର ପାଇଁ କ୍ଲିଅରାନ୍ସ ଦେବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ସିବିଆଇ ଏକ ଏତଲା ରୁଜୁ କରିବା ପରେ ଇଡି ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲା। ଏହା ପରେ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା ଏବଂ ସେ ଗିରଫ ମଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଜାମିନରେ ଆସିଥିଲେ।



from Odisha Reporter https://ift.tt/2zdqJ48

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages