ଆଜି ଶ୍ରୀଜିଉଙ୍କ ମସ୍ତକରେ ଲାଗି ହେବ ସୁବର୍ଣ୍ଣ ରାହୁରେଖା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 20, 2019

ଆଜି ଶ୍ରୀଜିଉଙ୍କ ମସ୍ତକରେ ଲାଗି ହେବ ସୁବର୍ଣ୍ଣ ରାହୁରେଖା

ପୁରୀ(ଓଡ଼ିଶା ରିପୋର୍ଟର): ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରରେ ପାରମ୍ପରିକ ରୀତିନୀତିରେ ଆଜି ଶ୍ରୀଜିଉଙ୍କ ମସ୍ତକରେ ସୁବର୍ଣ୍ଣ ରାହୁ ରେଖା ଲାଗି ହେବ। ଏଥିପାଇଁ ଅପରାହ୍ଣ ୨ଟାରୁ ସଂଧ୍ୟା ୭ଟା ଯାଏ ପ୍ରାୟ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।

ସ୍ନାନ ପୂର୍ଣ୍ଣିମା ଦିନ ଅଣସର ପିଣ୍ଡିରୁ କଢ଼ା ଯାଇଥିବା ସୁବର୍ଣ୍ଣ ରାହୁରେଖାକୁ ରତ୍ନ ଭଣ୍ଡାରରେ ରଖାଯାଇଥିଲା। ରୀତିନୀତି ଅନୁସାରେ, ଆଜି ବାହାର ରତ୍ନ ଭଣ୍ଡାର ଖୋଲାଯିବ। ଭଣ୍ଡାର ମେକାପ ରାହୁ ରେଖା ଆଣି ପତି ମହାପାତ୍ରଙ୍କୁ  ପ୍ରଦାନ କରିବେ। ପତି ମହାପାତ୍ର ଏହାର ସଂସ୍କାର କରିବା ପରେ ଦଇତାପତି ସେବକଙ୍କୁ ଦେବେ। ଦଇତାପତି ସେବକମାନେ ଓଷୁଅ ଲଗାଇ ରାହୁ ରେଖାକୁ ମସ୍ତକରେ ଲାଗି କରାଇବେ। ରାହୁରେଖା ନୀତି ସଂପୂର୍ଣ୍ଣ ଗୁପ୍ତ ନୀତି ହେଉଥିବାରୁ ଦୀର୍ଘ ୫ ଘଣ୍ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।



from Odisha Reporter https://ift.tt/33MGlJZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages