ବର୍ଷକ ମଧ୍ୟରେ ବନ୍ଦ ହେଲାଣି ୫୫୦୦ ଏଟିଏମ୍ ଏବଂ ୬୦୦ ବ୍ୟାଙ୍କ ଶାଖା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 23, 2019

ବର୍ଷକ ମଧ୍ୟରେ ବନ୍ଦ ହେଲାଣି ୫୫୦୦ ଏଟିଏମ୍ ଏବଂ ୬୦୦ ବ୍ୟାଙ୍କ ଶାଖା

ନୂଆଦିଲ୍ଲୀ: ଦେଶରେ ନୋଟବନ୍ଦୀ ପରେ ଅନେକ ରାଷ୍ଟ୍ରାୟତ ବ୍ୟାଙ୍କକୁ ମିଶାଇ ଦିଆଯାଇଛି। ପ୍ରଥମେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ୬ଟି ବ୍ୟାଙ୍କକୁ ମିଶ୍ରଣ କରାଯାଇଥିଲା। ଏହାପରେ ବ୍ୟାଙ୍କ୍ ଅଫ୍ ବରୋଦା ସହିତ ବିଜୟା ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କର ମିଶ୍ରଣ ହୋଇଛି। ଅନ୍ୟପଟେ ମିଶ୍ରଣ ପରେ ବ୍ୟାଙ୍କ ଗୁଡ଼ିକ ଅନେକ ଶାଖା ଓ ଏଟିଏମ୍ ବନ୍ଦ କରୁଥିବା ଦେଖିବାକୁ ମିଳିଛି। ବର୍ଷକ ମଧ୍ୟରେ ରାଷ୍ଟ୍ରାୟତ ବ୍ୟାଙ୍କର ୫୫୦୦ରୁ ଅଧିକ ଏଟିଏମ୍ ବନ୍ଦ ହୋଇଥିବା ବେଳେ ୬୦୦ରୁ ଅଧିକ ଶାଖାରେ ତାଲା ପଡ଼ିଛି। ଇକୋନମିକ୍ସ ଟାଇମ୍ସ(ଇଟି) ଏହି ରିପୋର୍ଟ ପ୍ରକାଶ କରିଛି।

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ବର୍ଷକ ମଧ୍ୟରେ ୪୨୦ ଶାଖା ବନ୍ଦ ହୋଇଥିବା ବେଳେ ୭୬୮ ଏଟିଏମ୍ ବନ୍ଦ ହୋଇଛି। ଲଗାତର ବ୍ୟାଙ୍କ୍ ଗୁଡ଼ିକ କ୍ଷତିରେ ଚାଲୁଥିବାରୁ କ୍ଷତି ପରିମାଣ କମ୍ କରିବାକୁ ଯାଇ ବ୍ୟାଙ୍କ କତ୍ତୃପକ୍ଷ ବିଭିନ୍ନ ଏଟିଏମ୍ ଏବଂ ଶାଖା ବନ୍ଦ କରୁଛନ୍ତି। ମୁଖ୍ୟତଃ ସହର ଗୁଡ଼ିକରେ ଯେଉଁ ଶାଖା ରହିଛି ସେହି ଗୁଡ଼ିକ ବନ୍ଦ ହେଉଛି। କାରଣ ସହରର ଥିବା ବ୍ୟାଙ୍କର ଶାଖା ସେଠିକାର ଗ୍ରାହକ ତଥା ଆକାଉଣ୍ଟଧାରୀଙ୍କ ପୁଞ୍ଜି ଉପରେ ନିର୍ଭର କରେ। ଯେଉଁ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକର ଶାଖା ଓ ଏଟିଏମ୍ ବନ୍ଦ ରହୁଛି ସେମାନଙ୍କ ମଧ୍ୟରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍, ଆହ୍ଲାବାଦ୍ ବ୍ୟାଙ୍କ୍, ୟୁକୋ ବ୍ୟାଙ୍କ୍ ସମେତ ଅନ୍ୟାନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ ରହିଛି।



from Odisha Reporter https://ift.tt/30unvVP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages