ନୀଳଗିରି(ବିଶ୍ୱମ୍ୱର ଦାସ): ସମ୍ପର୍କୀୟ ଭିଣୋଇଙ୍କ ସହ ବୁଲିଯିବା କାଳ ହେଲା। ଏହି ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ ସପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକ । ମହିଳା ଜଣଙ୍କ ଗାଁକୁ ଫେରିବା ପରେ ସେମାନେ ତାଙ୍କୁ ଆକ୍ରମଣ କରିବା ସହ ଏକ ଫାଳିଆ ଲଣ୍ଡା କରି ଗାଁ ବୁଲାଇଲେ। ଏପରି ଅମାନବୀୟ ଓ ଲଜ୍ଜାଜନକ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଘଟିଯାଇଛି।
ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ବାହାରେ ରହୁଥିବା ଜଣାଯାଇଛି। ଏହାର ସୁଯୋଗରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆଗକୁ ବଢ଼ିଥିଲା ବୋଲି ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ ୨୧ ତାରିଖରେ ଉଭୟ ବୁଲିବାକୁ ଯାଇଥିଲେ। ସେହି ଦିନ ହିଁ ସେମାନେ ଘରକୁ ଫେରି ଆସିଥିଲେ।
ହେଲେ ତା’ପର ଦିନ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ, ତାଙ୍କ ଶଳା ଓ ସମ୍ପର୍କୀୟମାନେ ମିଶି ମହିଳାଙ୍କୁ ଆକ୍ରମଣ କରିବା ସହ ଅଧା ଲଣ୍ଡା କରାଇ ଗାଁ ବୁଲାଇଥିଲେ।
ଏନେଇ ଗତକାଲି ପୀଡ଼ିତାଙ୍କ ଭାଇ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଗାଁର ଦୁଇ ଜଣ ମହିଳା ଓ ୪ ଜଣ ପୁରୁଷଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ତେବେ ଅଟକ ଥିବା ଦୁଇ ମହିଳାଙ୍କ ମଧ୍ୟରେ ଜଣେ ଅଙ୍ଗନବାଡ଼ି କର୍ମୀ ଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଏହି ମାମଲା ରଫାଦଫା କରିବାକୁ ଉଦ୍ୟମ ଚଳାଇଛନ୍ତି ଗାଁ ଲୋକେ। ସେମାନେ ପୀଡ଼ିତାଙ୍କ ପରିବାକୁ ୩୦ ହଜାର ଟଙ୍କା ଯାଚିବା ସହ କେଶ୍ ଉଠାଇ ଆଣିବାକୁ ଧମକ ଦେଉଥିବା ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/31Z1Pl3
No comments:
Post a Comment