ଅର୍ଥନୀତି ସୂଚକାଙ୍କ ତାଲିକାରେ ୫ ନମ୍ୱର ସ୍ଥାନ ହରାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 2, 2019

ଅର୍ଥନୀତି ସୂଚକାଙ୍କ ତାଲିକାରେ ୫ ନମ୍ୱର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ: ଭାରତ ଅର୍ଥନୀତି ପାଇଁ ଖରାପ ଖବର। ବିଶ୍ୱରେ ୫ମ ବୃହତ ଅର୍ଥନୀତିକ ରାଷ୍ଟ୍ର ଭାବରେ ଥିବା ଭାରତ ସପ୍ତମ ସ୍ଥାନକୁ ଖସି ଆସିଛି। ୨୦୧୮ରେ ଭାରତର ଅର୍ଥନୀତି ସ୍ଥିର ରହିଥିବାରୁ ଏବେ ସେ ତଳକୁ ଖସି ଆସିଛି ବୋଲି ଜଣାପଡ଼ିଛି। ବିଶ୍ୱବ୍ୟାଙ୍କର ରିପୋର୍ଟ ଅନୁସାରେ ୨୦୧୮ରେ ଫ୍ରାନ୍ସ ଏବଂ ବ୍ରିଟେନର ଅର୍ଥନୀତିକ ଅଭିବୃଦ୍ଧି ଭାରତ ତୁଳନାରେ ଅଧିକ ରହିଛି। ତେଣୁ ଏବେ ବ୍ରିଟେନ ୫ ନମ୍ୱର ସ୍ଥାନରେ ପହଞ୍ଚିଥିବା ବେଳେ ଷଷ୍ଠ ସ୍ଥାନରେ ଫ୍ରାନ୍ସ ପହଞ୍ଚିଛି। ଏହି ତାଲିକାରେ ଆମେରିକା ଏବେ ୧ ନମ୍ୱରରେ ରହିଛି।
ସୂଚନା ମୁତାବକ, ୨୦୧୮ରେ ଭାରତର ଅଭିବୃଦ୍ଧି ହାର ୩.୦୧ ବଢ଼ିଥିବା ବେଳେ ୨୦୧୭ରେ ଏହା ୧୫.୨୩ ପ୍ରତିଶତ ବଢ଼ିଥିଲା। ସେହିଭଳି ଭାବରେ ୨୦୧୮ରେ ବ୍ରିଟେନର ଅଭିବୃଦ୍ଧି ୬.୮୧ ପ୍ରତିଶତ ବଢ଼ିଥିବା ବେଳେ ୨୦୧୭ରେ ବ୍ରିଟେନ୍ ୦.୭୫ ପ୍ରତିଶତ ଅଭିବୃଦ୍ଧି ହୋଇଥିଲା। ଅନ୍ୟପଟେ ୨୦୧୮ରେ ଫ୍ରାନ୍ସର ଅଭିବୃଦ୍ଧି ୭.୩୩ ହୋଇଥିବା ବେଳେ ୨୦୧୭ରେ ଅଭିବୃଦ୍ଧି ୪.୮୫ ହୋଇଥିଲା। ଏହିପରି ଭାବରେ ୨୦୧୮ରେ ଭାରତର ଅଭିବୃଦ୍ଧି ବ୍ରିଟେନ୍ ଏବଂ ଫ୍ରାନ୍ସ ତୁଳନାରେ କମ୍ ରହିବାରୁ ସୂଚକାଙ୍କ ତାଲିକାରେ ସପ୍ତମ ସ୍ଥାନକୁ ଖସି ଆସିଛି।


from Odisha Reporter https://ift.tt/2yxGjap

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages