ମୁମ୍ବାଇ: ଆଜି ହେଉଛି ଅଭିନେତା ରୁସ୍ଲାନ୍ ମୁମ୍ତାଜ୍ଙ୍କ ଜନ୍ମଦିନ। ୧୯୮୨ ମସିହାରେ ଆଜିର ଦିନରେ ସେ ଜନ୍ମ ହୋଇଥିଲେ। ୨୦୦୭ରେ ଫିଲ୍ମ ‘ଏମ୍ପି୩ ମେରା ପହଲା ପହଲା ପ୍ୟାର୍ ହେ’ ମାଧ୍ୟମରେ ସେ ଅଭିନୟ ଦୁନିଆରେ ପାଦ ଥାପି ଥିଲେ। ତା’ପରେ ‘ମେଁ ତେରେ ସଙ୍ଗ୍’, ‘ଜାନେ କାହାଁ ସେ ଆଇ ହେ’, ‘ଆଲର୍ଟ’, ‘ଡେଞ୍ଜରସ୍ ଇଶ୍କ’, ‘ଆଇ ଡୋଣ୍ଟ୍ ଲଭ୍ ୟୁ’, ‘ରୋମିୟୋ ଇଡିୟଟ୍ ଦେଶୀ ଜୁଲିୟଟ୍’, ‘ଖେଲ୍ ତୋ ଅବ ଶୁରୁ ହୋଗା’ ଭଲି ଫିଲ୍ମରେ କାମ କରିଥିଲେ। ତେବେ ଏସବୁ ଫିଲ୍ମ ବକ୍ସ ଅଫିସ୍ରେ କେବେ ରିଲିଜ୍ ହେଲା, ତାହା ବି ଜଣାପଡ଼ିଲା ନାହିଁ।
ଅବଶ୍ୟ ‘ମେଁ ତେରେ ସଙ୍ଗ୍’ ଫିଲ୍ମ କିଛି ମାତ୍ରାରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୋଇଥିଲା। ଏହା ପଛରେ ଅନ୍ୟ ଏକ କାରଣ ଥିଲା। ଫିଲ୍ମଟି ଏକ ବୋଲ୍ଡ ସବ୍ଜେକ୍ଟ ଉପରେ ଆଧାରିତ ଥିଲା। ଟିନ୍ ଏଜ୍ କପଲ୍ଙ୍କ ଅଫେୟରକୁ ନେଇ ଫିଲ୍ମଟି ଗତିଶୀଳ ହୋଇଥିଲା, ଯେଉଁଥିରେ ଜଣେ ୧୫ ବର୍ଷର ଝିଅ ଗର୍ଭବତୀ ହୋଇଥିଲା। ତେବେ ଫିଲ୍ମଟି ବକ୍ସ ଅଫିସ୍ରେ ଚାଲି ନଥିଲା। ଅର୍ଥାତ୍ ତାଙ୍କ ଫିଲ୍ମ ଯାତ୍ରା ଆଦୌ ଭଲ ନଥିଲା।
ଫିଲ୍ମରେ ଫେଲ୍ ମାରିବା ପରେ ରୁସ୍ଲାନ୍ ଟେଲିଭିଜନକୁ ମୁହାଁଇଥିଲେ। ତାଙ୍କ ପ୍ରଥମ ଧାରାବାହିକ ହେଉଛି ‘କହତା ହେ ଦିଲ୍ ଜୀ ଲେ ଜରା’। ତେବେ ‘ବାଲିକା ବଧୂ’ରୁ ତାଙ୍କୁ ଏକ ପରିଚୟ ମିଳିଲା। ଏଥିରେ ସେ ଏନ୍ଆର୍ଆଇ କ୍ରିଶ୍ ଭୂମିକରେ କରିଥିବା ଅଭିନୟକୁ ଦର୍ଶକ ବେଶ୍ ପ୍ରଶଂସା କରିଥିଲେ। ତେବେ ଫିଲ୍ମ ଜଗତକୁ ସେ ପୂରା ବାଏ ବାଏ କରି ନାହାନ୍ତି। ଏବେ ବି ଏଥିରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି। ମିଦ୍ଧାର୍ଥ ମାଲହୋତ୍ରା ଓ ପରିଣୀତି ଚୋପ୍ରାଙ୍କ ଆଗାମୀ ଫିଲ୍ମ ‘ଜବରିୟା ଯୋଡ଼ି’ରେ ରୁସ୍ଲାନ୍ ଅଭିନୟ କରିଛନ୍ତି।
ନିରାଲୀଙ୍କୁ ବାହା ହୋଇଛନ୍ତି ରୁସ୍ଲାନ୍। ଦୁହେଁ ଏକ ଡ୍ୟାନ୍ସ କ୍ଲାସ୍ ପ୍ରଥମେ ଭେଟାଭେଟି ହୋଇଥିଲେ। ରୁସ୍ଲାନ ସୋଶାଲ୍ ମିଡିଆରେ ଆକ୍ଟିଭ୍ ରହନ୍ତି। ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଗଲେ ଆପଣ ଜାଣଇ ପାରିବେ ସେ ଫିଟ୍ନେସ୍କୁ କେତେ ଗୁରୁତ୍ୱ ଦିଅନ୍ତି।
from Odisha Reporter https://ift.tt/2T4JfVx
No comments:
Post a Comment