ଏନ୍‌କାଉଣ୍ଟରରୁ ଖୋଲିଲା ନକଲି ମଦ କାରବାର ଗୁମର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 4, 2019

ଏନ୍‌କାଉଣ୍ଟରରୁ ଖୋଲିଲା ନକଲି ମଦ କାରବାର ଗୁମର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ବଡ଼ଗଡ଼ ଚିଲିପୋଖରୀ ଅଞ୍ଚଳରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଆହତ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ସିପୁନ୍ କବି ଓ ହରେକୃଷ୍ଣ ସ୍ୱାଇଁ ନକଲି ମଦ କାରଖାନା ବି ଚଳାଇଥିଲେ ବୋଲି ଜଣାପଡ଼ିଛି। ଧଉଳି ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ସେମାନେ ଏହି ନକଲି ମଦ କାରଖାନା ଚଳାଇଥିଲେ। ପୁଲିସ୍ ସେଠାରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମଦ ଜବତ କରିଛି। ତା’ସହିତ ବୋତଲ, ବ୍ରାଣ୍ଡେଡ୍ ମଦ ବୋତଲ ଠିପି, ସିଲ୍ ଓ ଅନ୍ୟାନ୍ୟ ମଦ ତିଆରି ସାମଗ୍ରୀ ମଧ୍ୟ ଜବତ କରିଛି।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୨ଟା ୪୫ରେ ଏନ୍‌କାଣ୍ଟର କରି ପୁଲିସ୍ ସିପୁନ୍ ଓ ହରେକୃଷ୍ଣକୁ ଧରିଥିଲା। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିଲା। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ନିକଟରୁ ଗୋଟିଏ ମାଉଜର, ଗୋଟିଏ ଖେଳନା ବନ୍ଧୁକ, ବାଇକ ଓ ୫୦ହଜାର ଟଙ୍କା ଓ ତିନିଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା।

ସେହିପରି ଶୁକ୍ରବାର ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ପୁରୁଣାଜଗନ୍ନାଥ ସଡ଼କ ଟଙ୍କପାଣି ସେତୁ ନିକଟରେ କମିଶନରେଟ୍ ପୁଲିସ୍‌ର ଏନ୍‌କାଉଣ୍ଟର୍‌ରେ ଦୁଇଜଣ ଅପରାଧୀ ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକ ଆହତ ହୋଇଥିଲେ।

 



from Odisha Reporter https://ift.tt/2Kr7xoC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages