ସର୍‌ପ୍ରାଇଜ୍‌ ଦେଲେ ଅନ୍ତରା, କାନ୍ଦି ପକାଇଲେ ଅନୁଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 4, 2019

ସର୍‌ପ୍ରାଇଜ୍‌ ଦେଲେ ଅନ୍ତରା, କାନ୍ଦି ପକାଇଲେ ଅନୁଭା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଜୀବନରେ ବନ୍ଧୁଙ୍କ ଗୁରୁତ୍ୱ ବହୁତ। ଜୀବନର ଚଲାପଥକୁ ସହଜ କରି ଦିଅନ୍ତି ବନ୍ଧୁ। ଆଜି ଭାରତରେ ସେହି ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଉଛି ‘ବନ୍ଧୁତ୍ୱ’ ଦିବସ। ପ୍ରତିବର୍ଷ ଆଗଷ୍ଟ ମାସର ପ୍ରଥମ ରବିବାରକୁ ଆମ ଦେଶରେ ‘ବନ୍ଧୁତ୍ୱ’ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଆମେ ଓଲିଉଡ୍‌ର ଦୁଇ ଜଣ ବନ୍ଧୁଙ୍କ ବିଷୟରେ ଆଲୋଚନା କରିବା। ସେମାନେ ହେଲେ ଅଭିନେତ୍ରୀ ଅନୁଭା ଓ ଗାୟିକା ଅନ୍ତରା। ଏଦୁହେଁ ଖୁବ୍ ଭଲ ସାଙ୍ଗ।

ଅନୁଭା କହନ୍ତି,“ଅନ୍ତରା ମୋତେ ଖୁବ୍‌ ଭଲ ପାଆନ୍ତି। କେତେବେଳେ ଯେ ଅନ୍ତରା ମୋର ଜଣେ ଉତ୍ତମ ବନ୍ଧୁ ପାଲଟିଗଲେ, ତାହା ମୁଁ ନିଜେ ବି ଜାଣିପାରିଲି ନାହିଁ। ଅନ୍ତରା ଏମିତି ଜଣେ ବନ୍ଧୁ ଯିଏ ମୋତେ ଖୁସି କରିବାକୁ କିଛି ବି କରିପାରନ୍ତି।”

ଆଉ ଏହାର ଏକ ଉଦାହରଣ ଗତମାସରେ ଦେଖିବାକୁ ମିଳିଥିଲା। ଜୁଲାଇ ୧୬ ତାରିଖ ଥିଲା ଅନୁଭାଙ୍କର ଜନ୍ମଦିନ। ସାଧାରଣତଃ ଅନୁଭା ତାଙ୍କ ଜନ୍ମଦିନକୁ ଧୁମ୍‌ଧାମରେ ପାଳନ କରନ୍ତିନାହିଁ। ସେ ଟିକେ ଚୁପ୍‌ଚାପ୍ ରହିବାକୁ ପସନ୍ଦ କରନ୍ତି। ତେଣୁ ଜନ୍ମଦିନରେ ସେ ଘରେ କେକ୍‌ କାଟି ତାଙ୍କ ମା’ଙ୍କ ସହ ସମୟ କାଟନ୍ତି। କିନ୍ତୁ ଏଥର ପ୍ରଥମ ଥର ପାଇଁ ସେ ଘର ବାହାରେ ଓଲିଉଡ୍‌ର ଆଉ କିଛି କଳାକାରଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଆଉ ଏହାର ଆୟୋଜନ କରିଥିଲେ ଅନ୍ତରା। ଅନୁଭାଙ୍କ ପାଇଁ ଏହା ଏକ ସର୍‌ପ୍ରାଇଜ୍ ବର୍ଥ ଡେ’ ପାର୍ଟି ଥିଲା। ବଡ଼ ଆଡ଼ମ୍ବରେ ଏହାର ଆୟୋଜନ କରାଯାଇଥିଲା। ଆଉ ଏହା ଦେଖି ଅନୁଭା ଖୁସିରେ କାନ୍ଦି ପକାଇଥିଲେ।

କେମିତି ଆରମ୍ଭ ହେଲା ବନ୍ଧୁତା

ଶୁଟିଂ ସେଟ୍‌ରୁ ଏ ଦୁଇ ଜଣଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା। ଅନୁଭାଙ୍କ ସହ ଅନ୍ତରା ବିଭିନ୍ନ ପ୍ରୋଗ୍ରାମ୍‌ରେ ଭାଗ ନେବା ପାଇଁ ବିଦେଶ ମଧ୍ୟ ଯାଇଛନ୍ତି। ଏକାଠି କାମ କରୁ କରୁ କେତେବେଳେ ଦୁହେଁ ଭଲ ବନ୍ଧୁ ପାଲଟି ଏକଥା  ସେମାନେ ବି ଜାଣିନାହାନ୍ତି।



from Odisha Reporter https://ift.tt/2ZwicF7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages