ମୁମ୍ବାଇ: ବଲିଉଡର ରୋମାନ୍ସ କିଙ୍ଗ୍ ଶାହାରୁଖ ଖାନ୍ ସବୁବେଳେ କିଛି ନା କିଛି କାରଣ ନେଇ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ତାଙ୍କ ଫିଲ୍ମି ଲାଇଫ୍କୁ ନେଇ ତ କେବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ। ଏବେ ଚର୍ଚ୍ଚା ଚାଲିଛି ଶାହାରୁଖ ଖାନ୍ଙ୍କ ୱେବ୍ ସିରିଜ୍ ‘ବାର୍ଡ଼ ଅଫ୍ ବ୍ଲଡ’କୁ ନେଇ। ଶାହାରୁଖଙ୍କ ଏହି ୱେବ୍ ସିରିଜ୍ଟିର ଟ୍ରେଲର୍ ଲଞ୍ଚ୍ ହୋଇଛି। ଏହାକୁ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳୁଛି। ହେଲେ ଏହି ଟ୍ରେଲର୍କୁ ନେଇ ପାକିସ୍ତାନ ସେନାର ମୁଖପାତ୍ର ଆସିଫ୍ ଗଫୁର୍ ଶାହାରୁଖଙ୍କର ସମାଲୋଚନା କରିଛନ୍ତି।
ଶାହାରୁଖ ‘ବାର୍ଡ଼ ଅଫ୍ ବ୍ଲଡ’ ୱେବ୍ ସିରିଜ୍ର ପ୍ରଯୋଜନା କରିଛନ୍ତି। ଏଥିରେ ଲିଡ୍ ରୋଲ୍ରେ ଅଭିନୟ କରିଛନ୍ତି ଇମରାନ୍ ହାସମି ଓ ବିନୀତ କୁମାର ସିଂହ। ଏଥିରେ ଭାରତ ଓ ପାକିସ୍ତାନ୍ର ଗୁଇନ୍ଦା ବିଭାଗ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ତେବେ ଏହି ସିରିଜ୍କୁ ନେଇ ପାକ୍ ସେନା ମୁଖପାତ୍ର ଶାହାରୁଖଙ୍କୁ ଟାର୍ଗେଟ୍ କରିଛନ୍ତି।
ଗଫୁର୍ ଟ୍ୱିଟ୍ କରି ଲେଖିଛନ୍ତି, ‘ଶାହାରୁଖ ଖାନ୍ ବଲିଉଡ୍ ସିଣ୍ଡ୍ରୋମ୍ରେ ଅଛନ୍ତି। ଯଦି ବାସ୍ତବିକତାକୁ ଦେଖାଯାଏ ତେବେ ର ଏଜେଣ୍ଟ କୂଳଭୁଷଣ ଯାଦବ ଆମ ପାଖରେ, ୱିଙ୍ଗ୍ କମାଣ୍ଡର ଅଭିନ୍ଦନଙ୍କୁ ବି ଆମେ ୨୭ ଫେବୃଆରୀ ୨୦୧୯ରେ ଧରିଥିଲୁ।’
ଗଫୁର୍ ଲେଖିଛନ୍ତି, ‘ଏ ସବୁ ନ କରି ଆପଣ ଜମ୍ମୁ-କଶ୍ମୀରରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ଶାନ୍ତି ଓ ମାନବିକତାକୁ ପ୍ରୋତ୍ସାହନ ଦେଇପାରିବେ।’
Stay in bollywood syndrome @iamsrk . For reality see RAW Spy Kulbhushan Jadev, Wing Comd Abhinandan & state of 27 Feb 2019.
You could rather promote peace & humanity by speaking against atrocities in IOJ&K and against Hindituva of Nazism obsessed RSS. https://t.co/0FWqoRQsO6— Asif Ghafoor (@peaceforchange) August 23, 2019
‘ବାର୍ଡ଼ ଅଫ୍ ବ୍ଲଡ’ ୱେବ୍ ସିରିଜ୍ରେ ଏପରି ୩ ଜଣ ଭାରତୀୟ ଜାସୁସ୍ଙ୍କର କାହାଣୀ ରହିଛି ଯେଉଁମାନେ ପାକିସ୍ତାନର ବାଲୁଚିସ୍ତାନରେ ଫଶିଥିବା ଭାରତୀୟଙ୍କୁ ରକ୍ଷା କରିବାକୁ ଯାଇଛନ୍ତି। ଟ୍ରେଲର୍ରେ ଏହାକୁ ‘ସୁଇସାଇଡ୍ ମିଶନ’ କୁହାଯାଇଛି। ଇମ୍ରାନ୍ ହାସମି ଏଥିରେ ଏଜେଣ୍ଟ କବୀର ଆନନ୍ଦଙ୍କ ଭୂମିକାରେ ଅଭିନୟ କରିଛନ୍ତି।
ତେବେ ଗଫୁରଙ୍କ ଟ୍ୱିଟ୍କୁ ନେଇ ଏବେ ସୋଶାଲ୍ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଶାହାରୁଖଙ୍କ ଅନେକ ଫ୍ୟାନ୍ ତାଙ୍କ ସପକ୍ଷରେ ବାହାରିଛନ୍ତି। ଜଣେ ଫ୍ୟାନ୍ ଲେଖିଛନ୍ତି, ଗଫୁର୍ ଭାରତର ସେହି ଟ୍ୱିଟର୍ ଆକାଉଣ୍ଟକୁ ଟାର୍ଗେଟ୍ କରନ୍ତି ଯାହାକୁ ସାରା ଦୁନିଆର ଅଧିକ ଲୋକ ଫଲୋ କରନ୍ତି।’
ଏହି ୱେବ୍ ସିରିଜ୍ର ନିର୍ଦ୍ଦେଶନା ଦେଇଛନ୍ତି ଋଭୁ ଦାସଗୁପ୍ତା। ଏହା ବିଲାଲ ସିଦ୍ଧିକିଙ୍କ ବହି ‘ବାର୍ଡ଼ ଅଫ୍ ବ୍ଲଡ’ ଉପରେ ଆଧାରିତ। ଏହା ସେପ୍ଟେମ୍ବର ୨୭ରୁ ନେଟ୍ଫ୍ଲିକ୍ଲରେ ଆରମ୍ଭ ହେବ।
from Odisha Reporter https://ift.tt/2ZiHZV6
No comments:
Post a Comment