ଧାରା ୩୭୦ ହଟିବା ପରେ ଇତିହାସ ପାଲଟିଲା ଜମ୍ମୁ କଶ୍ମୀରର ସ୍ୱତନ୍ତ୍ର ପତାକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 25, 2019

ଧାରା ୩୭୦ ହଟିବା ପରେ ଇତିହାସ ପାଲଟିଲା ଜମ୍ମୁ କଶ୍ମୀରର ସ୍ୱତନ୍ତ୍ର ପତାକା

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଶ୍ରୀନଗର ସଚିବାଳୟରୁ ଜମ୍ମୁ କଶ୍ମୀରର ସ୍ୱତନ୍ତ୍ର ପତାକାକୁ ହଟାଇ ଜାତୀୟ ପତାକାକୁ ଲଗାଯାଇଛି। ଗତ ଦୁଇ ସପ୍ତାହ ହେଲା ଉଭୟ ପତାକା ସଚିବାଳୟରେ ଉଡ଼ା ଯାଉଥିଲା। କିନ୍ତୁ ଏବେ ଜମ୍ମୁ କଶ୍ମୀରର ସ୍ୱତନ୍ତ୍ର ପତାକାକୁ ହଟାଇ ଦିଆଯାଇଛି। ଏବେ ସମସ୍ତ ସରକାରୀ ଅଫିସ ଉପରେ ଜାତୀୟ ପତାକା ଲଗାଯିବ ବୋଲି ଜମ୍ମୁ କଶ୍ମୀର ସରକାରର ଜଣେ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରକୁ ଧାରା ୩୭୦ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିଲା। ଏଥିପାଇଁ ରାଜ୍ୟର ନିଜସ୍ୱ ଏକ ପତାକା ରହିଥିଲା। ଏବେ ଏହି ଧାରା ହଟିବା ସହ ସେତେବେଳର ସମସ୍ତ ଆଇନ ହଟିଯାଇଛି। ଏବେ ଅନ୍ୟ ରାଜ୍ୟର ଲୋକ ମଧ୍ୟ ଜମ୍ମୁ କଶ୍ମୀରରେ ଆସି ଘର କରିପାରିବବେ। ଏମିତିକି ବ୍ୟବସାୟ ମଧ୍ୟ କରିପାରିବେ। ତା’ ସହ ଅନ୍ୟ ରାଜ୍ୟର ଅଧିବାସୀଙ୍କ ସହ ବୈବାହିକ ସମ୍ପର୍କ ସ୍ଥାପନ କରିପାରିବେ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ଗୋଟିଏ ଜମ୍ମୁ କଶ୍ମୀର ରହିଥିବା ବେଳେ ଅନ୍ୟଟି ଲଦାଖ ରହିଛି। ନବଗଠିତ ଏହି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ନୂଆ ଉପରାଜ୍ୟପାଳ ଭାବରେ ସତ୍ୟପାଲ ମଲ୍ଲିକ ନିଯୁକ୍ତ ହୋଇଛନ୍ତି। ଲଦାଖରେ ବିଧାନସଭା ରହିବ ନାହିଁ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ଜମ୍ମୁ କଶ୍ମୀରର ବିଧାନସଭା ରହିବ। ପୂର୍ବରୁ ଏହି ରାଜ୍ୟର ସରକାରଙ୍କ କାର୍ଯ୍ୟକାଳ ୬ ବର୍ଷ ରହୁଥିଲା ଏବେ ଏହା ସମସ୍ତ ରାଜ୍ୟ ସରକାରର କାର୍ଯ୍ୟ ଅବଧି ଭଳି ୫ ବର୍ଷ ରହିଛି।



from Odisha Reporter https://ift.tt/2PevtS7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages