ଜି-୭ ଶିଖର ସମ୍ମିଳନୀ; ଆଜି ମୋଦି- ଟ୍ରମ୍ପ ସାକ୍ଷାତ, ଫୋକସ୍‌ରେ କଶ୍ମୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 25, 2019

ଜି-୭ ଶିଖର ସମ୍ମିଳନୀ; ଆଜି ମୋଦି- ଟ୍ରମ୍ପ ସାକ୍ଷାତ, ଫୋକସ୍‌ରେ କଶ୍ମୀର

ନୂଆଦିଲ୍ଲୀ: ଫ୍ରାନ୍ସର ତଟବର୍ତ୍ତୀ ସହର ବ୍ୟାରିଟିଜ୍‌ରେ ଜି-୭ ଶିଖର ସମ୍ମିଳନୀ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀରେ ପହଞ୍ଚି ବହୁ ରାଷ୍ଟ୍ର ମୁଖ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।  ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି।  ଏହି ସାକ୍ଷାତ ଉପରେ ବିଶ୍ୱ ସମୁଦାୟଙ୍କ ନଜର ରହିଛି। କାରଣ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ଆଲୋଚନାରେ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗ  ସ୍ଥାନ ପାଇବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ ପୂର୍ବରୁ କହି ସାରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଜି-୭ ଶିଖର ସମ୍ମିଳନୀରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି।  ଭାରତ ଓ ବ୍ରିଟେନ୍ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ସୁଦୃଢ଼ କରିବା ନିମନ୍ତେ ଉଭୟ ଦେଶ ନେତା ଆଲୋଚନା କରିଛନ୍ତି।
 ଏହି ଅବସରରେ ଶ୍ରୀ ମୋଦି ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କୁ ଭେଟିଛନ୍ତି।  ମୁଖ୍ୟତଃ ପରିବେଶ ସୁରକ୍ଷା ଓ ଆତଙ୍କବାଦ ପ୍ରସଙ୍ଗରେ ଏହି ଆଲୋଚନା ହୋଇଥିବା ସୂଚନା ମିଳିଛି ।
ଜି-୭ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଜର୍ମାନୀ, ବ୍ରିଟେନ, ଇଟାଲୀ, କାନାଡା ଓ ଜାପାନର ରାଷ୍ଟ୍ରମୁଖ୍ୟ ଉପସ୍ଥିତ ଅଛନ୍ତି । ବିଶ୍ୱର ୭ଟି ବିକଶିତ ରାଷ୍ଟ୍ରର ଏଲିଟ୍‌ କ୍ଲବ୍‌ ଜି-୭ରେ ଭାରତକୁ ସଦସ୍ୟତା ମିଳିନାହିଁ। ଏହାସତ୍ତ୍ୱେ ଏହି ସମ୍ମିଳନୀରେ ଯୋଗଦେବାକୁ ଭାରତକୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଛି।  ଏଥର ସମ୍ମିଳନୀରେ ପରିବେଶ ଓ ପାଣିପାଗ ପରିବର୍ତ୍ତନ ମୁଖ୍ୟ ପ୍ରସଙ୍ଗ ରହିଛି। ତେବେ ବର୍ତ୍ତମାନ ସ୍ଥିତିରେ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସହ ଟ୍ରେଡ୍ ଓ୍ୱାର ଚାଲିଥିବାବେଳେ ଏହି ସମ୍ମିଳନୀ ଉପରେ ସମସ୍ତଙ୍କ ନଜର ରହିଛି ।


from Odisha Reporter https://ift.tt/3417QPZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages