ସ୍କୁଲ୍‌ରେ ଶିକ୍ଷୟିତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 25, 2019

ସ୍କୁଲ୍‌ରେ ଶିକ୍ଷୟିତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ

ବାଲିଗୁଡ଼ା (ଅଜିତ ନାୟକ):  କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ହାଇସ୍କୁଲ୍‌ର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଓ ଅନ୍ୟ ଦୁଇ ଜଣ ଶିକ୍ଷକ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଶିକ୍ଷୟିତ୍ରୀ ଗତକାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ସ୍କୁଲ୍‌ର ଖେଳ ଶିକ୍ଷକ ସୁଶାନ୍ତ ବଳିୟାର ସିଂ ସାତ ଦିନ ଛୁଟିରେ ଥିଲେ। ଛୁଟିରେ ଥିବା ସତ୍ତ୍ୱେ ସେ ଉପସ୍ଥାନ ଖାତାରେ ଦସ୍ତଖତ କରିଥିଲେ। ଏହାକୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ବିରୋଧ କରିଥିଲେ। ତା’ପରେ ଏ କଥାକୁ ନେଇ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମହାରଣା, ସହକାରୀ ଶିକ୍ଷକ ସଦାଶିବ ବେହେରା ଓ ଖେଳ ଶିକ୍ଷକ ସୁଶାନ୍ତ ବଳିୟାର ସିଂ ତାଙ୍କୁ ଅଫିସ୍‌କୁ ଡାକି ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଆଉ ଏମିତି ନ କରିବାକୁ ତାଗିଦ୍‌ କରିଥିଲେ। ଏହାସହ ତାଙ୍କୁ ଜାତିଗତ ଆପେକ୍ଷ କରିଥିଲେ। ‘ଟିକିରି ଇତିଶ୍ରୀ ପ୍ରଧାନ’ ଘଟଣା ଭଳି ଅବସ୍ଥା କରିଦେବାକୁ ତିନି ଶିକ୍ଷକ ତାଙ୍କୁ ଧମକ ଦେଇଥିଲେ। ତା’ସହିତ ଅନ୍ୟ ଶିକ୍ଷୟିତ୍ରୀଙ୍କ ସହିତ ମିଳାମିଶା ନ କରିବାକୁ ମଧ୍ୟ ଧମକ ଦେଇଥିଲେ।

କିଛି ଦିନ ହେବ ବାରମ୍ବାର ସମ୍ପୃକ୍ତ ତିନି ଜଣ ଶିକ୍ଷକ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ କରି ସମ୍ପୃକ୍ତ ଶିକ୍ଷୟିତ୍ରୀ ଗତକାଲି ତାଙ୍କ ସ୍ୱାମୀଙ୍କ ସହ କ.ନୂଆଗାଁ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବା ଯୋଗୁ ତାଙ୍କୁ ସୁରକ୍ଷା ଦେବା ସହ ନ୍ୟାୟ ପ୍ରଦାନ କରାଯାଉ ସେ ଦାବି କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ତେବେ ଏନେଇ ସମ୍ପୃକ୍ତ ଶିକ୍ଷକମାନଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter https://ift.tt/2U4YSg0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages