ଚାଷରେ କ୍ଷତି ହେବାରୁ କୀଟନାଶକ ପିଇଦେଲେ ଗୋବର୍ଦ୍ଧନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 23, 2019

ଚାଷରେ କ୍ଷତି ହେବାରୁ କୀଟନାଶକ ପିଇଦେଲେ ଗୋବର୍ଦ୍ଧନ

ବାଲିଗୁଡ଼ା( ଅଜିତ ନାୟକ):  ଚାଷରେ କ୍ଷତି ହେବାରୁ କନ୍ଧମାଳ ଜିଲ୍ଲା କ.ନୂଆ ଗାଁ ବ୍ଲକ୍‌ କିଲୁପଡା ଗାଁର ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ ଗୋବର୍ଦ୍ଧନ ମଲ୍ଲିକ।

ଅଭିଯୋଗ ଅନୁଯାୟୀ, ଗୋବର୍ଦ୍ଧନ ଚଳିତବର୍ଷ ୩ ଏକର ଜମିରେ ଚାଷ କରିଥିଲେ। କିନ୍ତୁ ପ୍ରବଳ ବର୍ଷା ଯୋଗୁ ଜମିରେ ବାଲି ଚରିଯିବା ସହ ଧାନ ଚାଷରେ ପୋକ ଲାଗିଯାଇ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଏହାକୁ ନେଇ ଗୋବର୍ଦ୍ଧନ ଚିନ୍ତିତ ହୋଇ ପଡ଼ିଥିଲେ। ଚାଷରେ କ୍ଷତି ହେବାରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଗୋବର୍ଦ୍ଧନ ବିଲକୁ ଯାଇ ପୋକ ଲାଗିଥିବା ଧାନ ଗଛରେ କୀଟନାଶକ ଔଷଧ ସିଞ୍ଚନ କରିଥିଲେ। ସେ ବିଲରୁ ଫେରିବା ପରେ କୀଟନାଶକ ପିଇ ଦେଇଥିବା ପରିବାର ଲୋକେ ଜାଣିପାରିଥିଲେ। ତାଙ୍କୁ ତୁରନ୍ତ କ.ନୂଆଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲିଗୁଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ଘଟିଥିଲା।

ମୃତ ଚାଷୀଙ୍କ ଶବକୁ ବ୍ୟବଚ୍ଛେଦ ଲାଗି ବାଲିଗୁଡା ମେଡିକାଲରେ ରଖାଯାଇଛି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି ।



from Odisha Reporter https://ift.tt/2TYCqoZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages