କଂଗ୍ରେସରେ ବଢ଼ୁଛି ମୋଦିଙ୍କ ଫ୍ୟାନ୍! ଜୟରାମ, ସିଙ୍ଘବୀଙ୍କ ପରେ ଥରୁର କଲେ ମୋଦିଙ୍କୁ ପ୍ରଶଂସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 23, 2019

କଂଗ୍ରେସରେ ବଢ଼ୁଛି ମୋଦିଙ୍କ ଫ୍ୟାନ୍! ଜୟରାମ, ସିଙ୍ଘବୀଙ୍କ ପରେ ଥରୁର କଲେ ମୋଦିଙ୍କୁ ପ୍ରଶଂସା

ନୂଆଦିଲ୍ଲୀ: ମୋଦି ସରକାର ଉଦ୍ଦେଶ୍ୟ ମୂଳକ ଭାବରେ କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କୁ ଜେଲ୍ ପଠାଇଛି। ଗୋଟିଏ ପଟେ କଂଗ୍ରେସ ନେତା ଏଭଳି ମନ୍ତବ୍ୟ ରଖୁଥିବା ବେଳେ ଅନ୍ୟପଟେ ଦଳର କିଛି ବରିଷ୍ଠ ନେତା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

କଂଗ୍ରେସ ନେତା ଜୟରାମ ରମେଶ ଓ ଅଭିଷେକ ମନୁ ସିଙ୍ଘଭିଙ୍କ ପରେ କଂଗ୍ରେସର ଆଉ ଜଣେ ପ୍ରମୁଖ ନେତା ଶଶି ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଯଦି ଭଲ କାମ କରିବେ ସେ ପ୍ରଶଂସାର ହକ୍ ଦାର। ଯଦି ଭୁଲ୍ କରନ୍ତି ତାହେଲେ ସମାଲୋଚନା କରିବା ଉଚିତ୍। ବିରୋଧୀ ଦଳର ଯେଉଁ ନେତାମାନେ ପ୍ରଧାନମନ୍ତ୍ରୀଙ୍କ କିଛି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ତାଙ୍କୁ ସେ ସ୍ୱାଗତ କରୁଛନ୍ତି ବୋଲି ଥରୁର କହିଛନ୍ତି। ପୂର୍ବୁର ସେ ମୋଦିଙ୍କୁ ପ୍ରଶଂସା କରି ସମାଲୋଚନାରେ ଶିକାର ହୋଇଥିଲେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଏକ ପୁସ୍ତକ ଉନ୍ମୋଚନ ଅବସରରେ ଜୟରାମ ରମେଶ କହିଥିଲେ ୨୦୧୪ରୁ ୨୦୧୯ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି କରିଥିବା ତାଙ୍କ କାମକୁ ଏବେ ବୁଝିବା ଉଚିତ୍। କାରଣ ସେଥିପାଇଁ ୩୦ ପ୍ରତିଶତ ଲୋକ ମୋଦିଙ୍କୁ ବିଶ୍ୱାସ କରି ଦ୍ୱିତୀୟ ଥର ପାଇଁ ବିଜୟୀ କରାଇଛନ୍ତି।

ସେହିପରି ସିଙ୍ଘବୀ ଶୁକ୍ରବାର କହିଥିଲେ ସବୁବେଳେ ମୋଦିଙ୍କୁ ଭୁଲ ବୋଲି ଚିତ୍ରିତ କରିବା ଠିକ୍ ନୁହେଁ। ବିରୋଧୀ ବାରମ୍ୱାର ମୋଦିଙ୍କୁ ଖଳନାୟକ ଚରିତ୍ରରେ ଚିତ୍ରିତ କରି ନିଜର କ୍ଷତି କରୁଛି ବୋଲି ସେ କହିଥିଲେ। କାମ ସବୁବେଳେ ଭଲ ନହେଲେ ଖରାପ ହେବ ଏଥିପାଇଁ କାମକୁ ମୂଲ୍ୟାଙ୍କନ କରିବା ଉଚିତ୍ ବ୍ୟକ୍ତିକୁ ନୁହେଁ ବୋଲି ସିଙ୍ଘବୀ କହିଥିଲେ। ଏଥିସହ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାକୁ ପ୍ରଶଂସା କରିଥିଲେ।

ଏହାପୂର୍ବରୁ ଏବେ ଆଇଏନଏକ୍ସ ମିଡିଆ ମାମଲାରେ ରିମାଣ୍ଡରେ ଥିବା କଂଗ୍ରେସ ନେତା ପି ଚିଦାମ୍ୱରମ ମଧ୍ୟ ମୋଦି ସ୍ୱାଧୀନତା ଦିବସ ଅବସରରେ ଦେଇଥିବା ଉଦବୋଧନର ତିନିଟି ପ୍ରସଙ୍ଗକୁ ପ୍ରଶଂସା କରିଥିଲେ।



from Odisha Reporter https://ift.tt/30uRJbu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages