ବନ୍ୟାର ତାଣ୍ଡବ: ରଶିରେ ଝୁଲି ନଦୀ ପାର ହେଲେ ଗର୍ଭବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 11, 2019

ବନ୍ୟାର ତାଣ୍ଡବ: ରଶିରେ ଝୁଲି ନଦୀ ପାର ହେଲେ ଗର୍ଭବତୀ

ଥିରୁଅନନ୍ତପୁରମ୍: ବର୍ଷେ ଯାଇନି ପୁଣି କେରଳର ହୋଇଛି ବନ୍ୟା। ବନ୍ୟା ଯୋଗୁ ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି ଓ ଯୋଗାଯୋଗ ବିଚ୍ଛିନ୍ନ ରହିଛି।  ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷା କମି ଥିବା ଯୋଗୁ ଆଜି ସ୍ଥିତିରେ ଟିକେ ପରିବର୍ତ୍ତନ ହୋଇଛି। ଆଉ ଏପରି ସ୍ଥିତିରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖିଲେ ସେଠାକାର ପରିସ୍ଥିତି ସଂପର୍କରେ ବେଶ୍ ଆକଳନ କରି ହେଉଛି। ଅବଶ୍ୟ ଭିଡିଓଟି ଶନିବାର ପୋଷ୍ଟ୍ ହୋଇଥିଲା। ଭିଡିଓଟି କେରଳର ପଲକ୍କଡ଼ ଅଞ୍ଚଳର।

ଏହି ଭିଡିଓରେ ଜଣେ ମହିଳା ଦଉଡ଼ି ସାହାଯ୍ୟରେ ବନ୍ୟାପାଣି ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି। ତାଙ୍କୁ ଗୋଟିଏ ଦଉଡ଼ିରେ ବନ୍ଧା ଯାଇଥିବା ବେଳେ ଆଉ ଗୋଟିଏ ଦଉଡ଼ିରେ ଓହଳି ନଦୀ ପାର ହେଉଛନ୍ତି। ୨୦ସେକେଣ୍ଡର ଏହି ଭିଡିଓଟି ଦେଖିଲେ ବନ୍ୟାଞ୍ଚଳ ଲୋକଙ୍କ ଦୁଃଖକୁ ହୃଦୟଙ୍ଗମ କରି ହେଉଛି।

ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ କେରଳରେ ବନ୍ୟା ସମୟର ଏମିତ ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। ସେତେବେଳେ ବାୟାନାଡ଼ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ଏୟାରଲିଫ୍ଟ କରାଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲ ପଠାଯାଇଥିଲା।

 

 



from Odisha Reporter https://ift.tt/2Mac0Q1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages