ମଥାରେ କଳାଜାଇ ଅଛି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 11, 2019

ମଥାରେ କଳାଜାଇ ଅଛି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତଙ୍କ ଶରୀରରେ କୌଣସି ନା କୌଣସି ସ୍ଥାନରେ କଳାଜାଇ ଥାଏ। କୁହାଯାଏ, କଳାଜାଇ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା ଦେବା ସହିତ ଭବିଷ୍ୟତ ସଂପର୍କରେ ମଧ୍ୟ କହିଥାଏ। ତା’ହେଲେ ଆସନ୍ତୁ ଆଜି ଏ ବିଷୟରେ ଜାଣିବା।

– ସମୁଦ୍ରଶାସ୍ତ୍ରରେ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ମଥାରେ କଳାଜାଇ ଅଛି, ତା’ହେଲେ ସେ ବୁଦ୍ଧିମାନ୍‌। ସେ କୌଣସି କଥାକୁ ବିନା ତର୍କରେ ଗ୍ରହଣ କରନ୍ତି ନାହିଁ। ତା’ ସହିତ ଏପରି ବ୍ୟକ୍ତିଙ୍କ ପାଖରେ କେବେ ଧନର ଅଭାବ ରହେ ନାହିଁ।

– ଯେଉଁ ବ୍ୟକ୍ତିଙ୍କର ପାଦ ତଳେ କଳାଜାଇ ଥାଏ, ସେ ଜୀବନରେ ଭ୍ରମଣ କରିବା ପାଇଁ ଅନେକ ସୁଯୋଗ ପାଇଥା’ନ୍ତି।

– ଯାହାର ପେଟ ଉପରେ କଳାଜାଇ ଥାଏ, ତାଙ୍କୁ ଜୀବନସାରା ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିଥାଏ।

– ସମୁଦ୍ର ଶାସ୍ତ୍ର ଅନୁସାରେ ଅନାମିକା ଆଙ୍ଗୁଳିରେ ସୂର୍ଯ୍ୟ ଓ ପର୍ବତ ଥାଆନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଏହି ଆଙ୍ଗୁଳିରେ କଳାଜାଇ ଥାଏ, ତା’ହେଲେ ସେ ବହୁତ ରାଗୀ ସ୍ଵଭାବର ହୋଇଥା’ନ୍ତି।

– ଅନାମିକା ଆଙ୍ଗୁଳିର ଠିକ୍‌ ତଳେ କଳାଜାଇ ଥିବା ବ୍ୟକ୍ତିଙ୍କର ଦୃଷ୍ଟିଶକ୍ତି ଧୀରେ ଧୀରେ ଦୁର୍ବଳ ହୋଇଯାଏ। ତେଣୁ ଯେଉଁମାନଙ୍କର ଅନାମିକା ଆଙ୍ଗୁଳିର ଠିକ୍ ତଳେ କଳାଜାଇ ଅଛି, ସେମାନେ ସତର୍କ ରହିବା ଉଚିତ୍।

– ଶରୀରରେ କେବଳ କଳା ରଙ୍ଗର କଳାଜାଇ ନଥାଏ। ଅନେକ ବ୍ୟକ୍ତିଙ୍କ ଶରୀରର ଲାଲ୍‌ ରଙ୍ଗର କଳାଜାଇ ମଧ୍ୟ ଦେଖିବାକୁ ମିଳିଥାଏ। ଶରୀରର ଲାଲ୍‌ ରଙ୍ଗର କଳାଜାଇ ଥିଲେ ହାଡ଼ଜନିତ ସମସ୍ୟା ଦେଖା ଦେଇଥାଏ।

 



from Odisha Reporter https://ift.tt/2YZc6zZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages