‘ଦିଦି, ପ୍ରତିଶ୍ରୁତି ରକ୍ଷା ନ କରି ପଳେଇଲ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 6, 2019

‘ଦିଦି, ପ୍ରତିଶ୍ରୁତି ରକ୍ଷା ନ କରି ପଳେଇଲ’

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ଏ ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଦଳମତ ନିର୍ବିଶେଷରେ ସମସ୍ତ ନେତା ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ବିଜେପିର ଅନେକ ନେତା ତାଙ୍କ ମୃତ୍ୟୁରେ ମର୍ମାହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି। ଏକ ଟ୍ୱିଟ୍ କରି ସେ ତାଙ୍କ ଦୁଃଖ ଓ ଅଭିମାନ ଜାହିର କରିଛନ୍ତି।

ସ୍ମୃତି ଲେଖିଛନ୍ତି, ଆପଣ ବାଂଶୁରୀକୁ ଏକ ରେଷ୍ଟୁରାଣ୍ଟ ବାଛିବାକୁ କହିଥିଲେ, ଯେଉଁଠାକୁ ଆପଣ ମୋତେ ଖୁଆଇ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆପଣ ଆମ ଦୁଇ ଜଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରି ଛାଡ଼ି ଚାଲିଗଲେ।


ସୂଚନାଯୋଗ୍ୟ, ବାଂଶୁରୀ ହେଉଛନ୍ତି ସୁଷମା ସ୍ୱରାଜଙ୍କ ଝିଅ।

ଉଭୟ ସୁଷମା ଓ ସ୍ମୃତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସରକାରର କ୍ୟାବିନେଟ୍‌ରେ ସ୍ଥାନ ପାଇଥିଲେ। ସ୍ମୃତି ଏଥର ବି ମନ୍ତ୍ରୀ ହୋଇଛନ୍ତି।

ସୁଷମା ସ୍ୱରାଜ ସାତ ଥର ସଂସଦକୁ ନିର୍ବାଚିତ ହୋଇଆସିଥିଲେ। ସେ ତିନିଥର ବିଧାୟକ ମଧ୍ୟ ଥିଲେ। ସୁଷମା ସ୍ୱଳ୍ପ ସମୟ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ରାଜ୍ୟପାଳ ହେବେ ବୋଲି ମଧ୍ୟ କିଛି ଦିନ ତଳେ ଶୁଣିବାକୁ ମିଳିଥିଲା। ଅବଶ୍ୟ ସେ ଏହାକୁ ଖଣ୍ଡନ କରିଥିଲେ।



from Odisha Reporter https://ift.tt/2T9IoD9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages