ଲଗାଣ ବର୍ଷାରେ ସ୍ମାର୍ଟ ସିଟି ଅବସ୍ଥା ବେହାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 6, 2019

ଲଗାଣ ବର୍ଷାରେ ସ୍ମାର୍ଟ ସିଟି ଅବସ୍ଥା ବେହାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ରାଜଧାନୀର ସ୍ମାର୍ଟ ସିଟି ଭୁବନେଶ୍ୱର । ଗତକାଲି ସଂଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ମୁଷଳ ଧାରାରେ ବର୍ଷା ଲାଗି ରହିଥିଲା। ବର୍ଷା ପାଣି ନିଷ୍କାସିତ ହୋଇ ନ ପାରିବାରୁ ରାଜଧାନୀର ମୁଖ୍ୟ ରାସ୍ତାରେ ନଦୀର ଭ୍ରମ ସୃଷ୍ଟି ହୋଇଥିଲା ।

ରାଜଧାନୀର ବ୍ୟସ୍ତବହୁଳ ନୟାପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଲହଡ଼ି ମାରିଥିଲା । ଜାତୀୟ ରାଜପଥରେ କାର୍‌ ଓ ବାଇକ୍‌ଗୁଡ଼ିକ ଅଧା ବୁଡ଼ିଯାଇଥିଲା । ପାଣି ଜମି ରହିବାରୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସେପଟେ ରାଜଧାନୀର କେନ୍ଦ୍ର ସ୍ଥଳ ମାଷ୍ଟରକ୍ୟାଣ୍ଟିନରେ ବି ସମାନ ଅବସ୍ଥା । ମାଷ୍ଟରକ୍ୟାଣ୍ଟିନଠାରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତା ବର୍ଷା ପାଣିରେ ପୁରା ବୁଡ଼ି ଯାଇଥିଲା। ପାଣି ପଶିଯିବାରୁ ବାଇକ୍‌ଗୁଡ଼ିକ ଯାଇ ପାରି ନ ଥିଲା।

ରାସ୍ତାରେ ଆଣ୍ଠୁଏ ପାଣିରେ ଲୋକେ ବାଇକ୍‌ ଠେଲୁଥିବା ଦେଖିବାକୁ ମିଳିଥିଲା । ଏମିତିକି କାର୍‌ଗୁଡ଼ିକ ରାସ୍ତାରେ ଜମିଥିବା ବର୍ଷା ପାଣିରେ ଅଧା ବୁଡ଼ିଯାଇଥିଲା ।



from Odisha Reporter https://ift.tt/2YK4fpT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages