ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ବିବେକ ଓବରୟ ବାଲାକୋଟ୍ ଷ୍ଟ୍ରାଇକ୍ ଉପରେ ଫିଲ୍ମ ନିର୍ମାଣ କରିବେ ବୋଲି କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ। ଏଥିପାଇଁ ସେ ଅନୁମତି ମଧ୍ୟ ଆଣିସାରିଛନ୍ତି। ଏହି ଫିଲ୍ମରେ ବାଲାକୋଟ୍ ଷ୍ଟ୍ରାଇକ୍ ସହିତ ଆଇଏଏଫ୍ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କର ଘଟଣାକ୍ରମକୁ ମଧ୍ୟ ସାମିଲ କରାଯିବ ବୋଲି ବିବେକ କହିଥିଲେ।
ତେବେ ବାଲାକୋଟ୍ ଷ୍ଟ୍ରାଇକ୍ ଉପରେ ଫିଲ୍ମ ଆସୁଛି ଶୁଣି ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇଉଠିଛି। ପାକିସ୍ତାନ ମଧ୍ୟ ବାଲାକୋଟ୍ ଷ୍ଟ୍ରାଇକ୍ ଉପରେ ଫିଲ୍ମ ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ରିପୋର୍ଟ ଅନୁସାରେ ପାକିସ୍ତାନ ଅଭନନ୍ଦନଙ୍କ ଉପରେ କମେଡ଼ି ଫିଲ୍ମ ତିଆରି କରିବ।
ପାକିସ୍ତାନୀ ରାଇଟର୍ ଖଲିଲ୍ ଉର୍-ରହମାନ୍ କମର ଫିଲ୍ମର ନିର୍ଦ୍ଦେଶନା ଦେବେ ଏବଂ ସ୍କ୍ରିପ୍ଟ ମଧ୍ୟ ଲେଖିବେ। ଫିଲ୍ମର ଟାଇଟଲ୍ ରଖାଯିବ ‘ଅଭିନନ୍ଦନ କମ୍ ଅନ୍’।
ତେବେ ପାକିସ୍ତାନ ଏହି ଫିଲ୍ମକୁ ନେଇ ବିଶେଷ କିଛି ସୂଚନା ଦେଇନାହିଁ। କୁହାଯାଉଛି ଯେ ପାକିସ୍ତାନ ଅଭିନେତା ଶମୁନ୍ ଅବ୍ବାସୀ ଏହି ଫିଲ୍ମରେ ଅଭିନନ୍ଦନଙ୍କ ଭୂମିକାରେ ଅଭିନୟ କରିବେ। ଦୁନିୟା ନ୍ୟୁଜ୍ର ରିପୋର୍ଟ ଅନୁସାରେ ଅଭିନେତା ଅବ୍ବାସୀ ଫିଲ୍ମରେ ଅଭିନୟ କରିବାକୁ ସମ୍ମତି ଦେଇଛନ୍ତି। ସେ କହିଛନ୍ତି, ‘ପାକିସ୍ତାନ ଦର୍ଶକ ଓ ତାଙ୍କ ପ୍ରଶଂସକଙ୍କ ପାଇଁ ଏହି ଫିଲ୍ମଟି କୌଣସି ସରପ୍ରାଇଜ୍ଠାରୁ କମ୍ ନୁହେଁ।’
ସେଫ୍ଟେମ୍ୱରରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ଏବଂ ୨୭ ଫେବୃଆରୀ ୨୦୨୦ରେ ଫିଲ୍ମଟି ରିଲିଜ୍ ହେବ। ଏହି ଦିନ ଅଭିନନ୍ଦନଙ୍କୁ ପାକିସ୍ତାନରେ ବନ୍ଦୀ କରାଯାଇଥିଲା। ତେଣୁ ଏହିଦିନ ପିଲ୍ମଟି ରିଲିଜ୍ କରିବାକୁ ପାକିସ୍ତାନ ଯୋଜନା ରଖିଛି ବୋଲି କୁହାଯାଉଛି।
ପାକିସ୍ତାନୀ ରାଇଟର୍ ଖଲିଲ୍-ଉର୍-ରହମାନ୍-କମରଙ୍କ ଏହା ହେଉଛି ଦ୍ୱିତୀୟ ଫିଲ୍ମ। ଏହା ପୂର୍ବରୁ ୨୫ ଅକ୍ଟୋବର ୨୦୧୯ରେ ତାଙ୍କର ରୋମାଣ୍ଟିକ ଡ୍ରାମା ଫିଲ୍ମ ‘କାଫ୍ କଙ୍ଗନା’ ରିଲିଜ୍ ହେବ।
from Odisha Reporter https://ift.tt/34aiAvv
No comments:
Post a Comment