‘ଅଭିନୟ ପରିବାରଠୁ ଦୂରେଇ ଦେଲା, ସ୍ୱାମୀ ହୋଇକି ବି ପାଖରେ ରହିପାରିଲିନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 29, 2019

‘ଅଭିନୟ ପରିବାରଠୁ ଦୂରେଇ ଦେଲା, ସ୍ୱାମୀ ହୋଇକି ବି ପାଖରେ ରହିପାରିଲିନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ପ୍ରତିଭାସଂପନ୍ନ ଅଭିନେତା ମିହିର ଦାସ। ‘ନଟ୍‌ ଟୁ ଆକ୍ଟ ଇଜ୍‌ ଆକ୍ଟ’ ବା ଅଭିନୟ ନକରିବା ଟା ହିଁ ଅଭିନୟ ଢାଞ୍ଚାରେ ଆଜି ପର୍ଯ୍ୟନ୍ତ ସେ ଅଭିନୟ କରିଚାଲିଛନ୍ତି। ଶୁଦ୍ଧ, ବାସ୍ତବ ଏବଂ ନିଚ୍ଛକ ଅଭିନୟ କରିବାରେ ମାହିର୍‌ ମିହିର ଦାସ। ଦର୍ଶକମାନଙ୍କର ଭଲ ପାଇବା ଅଛି,  ସେଥିପାଇଁ ତ ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ଏତେ ସଫଳତା ପରେ ଲୋକମାନଙ୍କର ଅଜସ୍ର ଭଲ ପାଇବା ସାଉଁଟି ସାରିବା ପରେ କେଉଁଠି ନା କେଉଁଠି ଅଭିନୟକୁ ଦୋଷ ଦିଅନ୍ତି ମିହିର ଦାସ। ସେ କୁହନ୍ତି ଅଭିନୟ ତାଙ୍କୁ ତାଙ୍କ ପରିବାରଠୁ ଦୂରେଇଦେଲା।

ନିକଟରେ ଓଟିଭିରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଗପସପ’ରେ ଯୋଗ ଦେଇଥିଲେ ମିହିର ଦାସ। ୧୯୭୯ ମସିହାରେ ‘ମଥୁରା ବିଜୟ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ପାଦ ରଖିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର ଅଭିନୟର ଯାତ୍ରା ଆଗେଇ ଚାଲିଛି। ସେ ତାଙ୍କ ଅଭିନୟ କ୍ୟାରିଅରରେ ଏମିତି ଅନେକ ଚରିତ୍ରରେ ଅଭିନୟ କରିଛନ୍ତି। ସବୁ ଚରିତ୍ରକୁ ସଠିକ୍‌ ନ୍ୟାୟ ମଧ୍ୟ ଦେଇଛନ୍ତି। ଆଜି ବି ୧୦ଟି ଫିଲ୍ମରୁ ୮ଟି ଫିଲ୍ମରେ ମିହିର ଦାସଙ୍କୁ ଦେଖିବାକୁ ମିଳେ। ଏତେ ବର୍ଷ ପର୍ଯ୍ୟନ୍ତ କେମିତି ସେ ଲୋକପ୍ରିୟତାକୁ ବଜାୟ ରଖିପାରିଲେ ବୋଲି ଯେତେବେଳେ ପ୍ରଶ୍ନ କରାଗଲା ମିହିର କହିଲେ, ଅଭିନୟରେ ଦୀର୍ଘ ଦିନର ଯାତ୍ରା କରି ମୁଁ ଖୁସି ଅଛି। ଲୋକମାନଙ୍କ ପାଖରେ ପହଞ୍ଚିବା ଏତେ ସହଜ ନଥିଲା। ସେଥିପାଇଁ ମତେ ଅନେକ ପରିଶ୍ରମ କରିବାକୁ ପଡିଛି। ହିରୋ ଚରିତ୍ରରେ ଅଭିନୟ କରିବା ସମୟରେ ମୁଁ ଯେତିକି ପରିଶ୍ରମ କରୁଥିଲି ଆଜି ଜେଜେ ବାପା ଚରିତ୍ରରେ ଅଭିନୟ କଲେ ବି ସେତିକି ପରିଶ୍ରମ କରେ। ଆଉ ସେ ପରିଶ୍ରମ ମତେ ମୋ ପରିବାରଠୁ ଦୂରେଇ ନେଇଗଲା ବୋଲି ମୋର ଅନୁଭବ ହୁଏ।

କାହିଁକି ନାଁ ଫିଲ୍ମରେ ଅଭିନୟ କରିବାରେ ମୁଁ ଏତେ ବୁଡିକି ରହୁଥିଲି ଯେ ମୋ ପରିବାରକୁ ବେଶି ସମୟ ଦେଇ ପରିଲିନାହିଁ। ଖୁସି ଲାଗୁଥିଲା ଯେ ଆନି( ମିହିର ଦାସଙ୍କ ସ୍ତ୍ରୀ) ପରିବାରର ସବୁ ଦାୟିତ୍ୱ ନେଉଥିଲା। ଛୋଟ ବଡ଼ ସବୁ ସମସ୍ୟା ସେ ସମାଧାନ କରିଦେଉଥିଲା। ମୁଁ କେବଳ ଯାହା ଅଭିନୟରେ ମାତିକି ରହୁଥିଲି। ସେ ମୋ ପଛରେ ସବୁବେଳେ ଠିଆ ହୋଇଥିଲା ତେଣୁ ମୁଁ ଅଭିନୟରେ ଅଧିକ ସମୟ ଦେଇପାରୁଥିଲି। ଅଭିନୟ କରିବାରେ ମୋର ପ୍ରାୟ ସମୟ ଚାଲିଯାଉଥିଲା। ମୁଁ ମୋ ସ୍ତ୍ରୀକୁ ବି ଅଧିକ ସମୟ ଦେଇ ପାରୁନଥିଲି। ମତେ ଲାଗୁଛି ସ୍ୱାମୀ ହୋଇ ବି ମୁଁ ତା ପଖରେ ନଥିଲି।

ତଥାପି ଖୁସି ଲାଗେ ଯେ ଆଜି ପର୍ଯ୍ୟନ୍ତ ଦର୍ଶକମାନେ ମୋ ସହ ଅଛନ୍ତି। ମତେ ପରଦାରେ ଦେଖି ସେମାନେ ଟିକେ ଖୁସି ହୋଇପାରୁଛନ୍ତି।



from Odisha Reporter https://ift.tt/2UmHcgk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages