ରାହୁଲଙ୍କ ‘ଗାନ୍ଧି ପରିବାର ନା’ ଗୋଟି ଚାଳନା ଫେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

ରାହୁଲଙ୍କ ‘ଗାନ୍ଧି ପରିବାର ନା’ ଗୋଟି ଚାଳନା ଫେଲ୍‌

ନୂଆଦିଲ୍ଲୀ: ଦୀର୍ଘ ୧୨ ଘଣ୍ଟା କାଳ ମାରାଥନ ଆଲୋଚନା ପରେ ଶେଷରେ କଂଗ୍ରେସ ୱାର୍କିଂ କମିଟି ସୋନିଆ ଗାନ୍ଧିଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ଦୀର୍ଘ ୨ ବର୍ଷ ତଳେ ସୋନିଆ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦ ଛାଡ଼ିଥିଲେ। ହେଲେ ହଠାତ୍‌ ପୁଣିଥରେ ୱାର୍କିଂ କମିଟି ସୋନିଆଙ୍କୁ କଂଗ୍ରେସ ଦାୟିତ୍ୱ ଫେରାଇ ଦେଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ‘ଗାନ୍ଧି ପରିବାର ନା’ ମନ୍ତବ୍ୟ ଶେଷରେ ମିଥ୍ୟା ପ୍ରମାଣିତ ହୋଇଛି। ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହୁଲ ଗାନ୍ଧି ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବାରମ୍ବାର ଗାନ୍ଧି ପରିବାରରୁ କେହି ବି କଂଗ୍ରେସ ମଙ୍ଗ ସମ୍ଭାଳିବେ ନାହିଁ ବୋଲି କହିଥିଲେ। ହେଲେ କଂଗ୍ରେସ ୱାର୍କିଂ କମିଟି ସୋନିଆ ଗାନ୍ଧିଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି।

ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ, ସୋନିଆ ଏହି ପଦରେ ରହିବେ। ଗତକାଲି ଗୁଲାମ ନବୀ ଆଜାଦ, ପି ଚିଦାମ୍ବରମ ଓ ଆନନ୍ଦ ଶର୍ମା ବୈଠକରେ ସୋନିଆଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ କରିବାକୁ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ସର୍ବସମ୍ମତିକ୍ରମେ ସୋନିଆଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା।

ଏବେ ଦେଶ ଓ କଂଗ୍ରେସ ଏକ ସଙ୍କଟମୟ ସ୍ଥିତିରେ ଗତି କରୁଛି। ତେଣୁ ସୋନିଆଙ୍କ ଭଳି ନେତ୍ରୀଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ବଢ଼ିବ ବୋଲି ବରିଷ୍ଠ ନେତା ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୦ ଫେବୃଆରୀ ମାସ ଯାଏ କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନ ହେବାର କାର୍ଯ୍ୟକ୍ରମ ନାହିଁ। ୨୦୨୦ ଫେବୃଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ଏହାପରେ ଯାଇ କଂଗ୍ରେସ ନୂଆ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିବ। ସେଯାଏ ସୋନିଆ ଗାନ୍ଧି କଂଗ୍ରେସକୁ ସମ୍ଭାଳିବେ। ଏହାର ଅର୍ଥ ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ମହାରାଷ୍ଟ୍ର, ଝାରଖଣ୍ଡ ଓ ଦିଲ୍ଲୀ ଭଳି ରାଜ୍ୟରେ ନିର୍ବାଚନ ଲଢ଼ିବ।



from Odisha Reporter https://ift.tt/2MWocU6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages