ନିର୍ମାଣ ହେବ ନୂଆ ସଂସଦ ବିଲଡିଂ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

ନିର୍ମାଣ ହେବ ନୂଆ ସଂସଦ ବିଲଡିଂ!

ନୂଆଦିଲ୍ଲୀ: ଖୁବଶୀଘ୍ର ବଦଳ ପାରେ ଉଭୟ ଲୋକସଭା ଓ ରାଜ୍ୟସଭାର ବିଲଡିଂ। ଏଥିସହ ପୁରୁଣା ସଂସଦ ବିଲଡିଂର ମଧ୍ୟ ନବୀକରଣ କରାଯିବ। ଏଥିପାଇଁ ବିଚାର ଚାଲିଥିବା ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି।

ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ବିର୍ଲା କହିଛନ୍ତି, “ବର୍ତ୍ତମାନ ସ୍ଥିତିରେ ନୂଆ ସଂସଦ ବିଲଡିଂର ଆବଶ୍ୟକତା ରହିଛି। ଏଥିପାଇଁ ଏକାଧିକ ଗ୍ରୁପ୍‌ ଗଠନ ହୋଇଛି। ସେମାନେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସାଂସଦଙ୍କ ସହ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି।

ନୂଆ ବିଲଡିଂ ବ୍ୟତୀତ ଏବେ କାର୍ଯ୍ୟକ୍ଷମ ଥିବା ସଂସଦ ଭବନକୁ ମର୍ଡନାଇଜଡ୍‌ କରିବାର ସମୟ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ନୂଆ ଭାରତ’ ସଂକଳ୍ପରେ ସଂସଦର ଆକାର ବୃଦ୍ଧି ଓ ମର୍ଡନାଇଜେସନ୍‌କୁ ମଧ୍ୟ ସାମିଲ କରିବା ଦରକାର। ସଂସଦ ହେଉଛି ଗଣତନ୍ତ୍ରର ସବୁଠାରୁ ବଡ଼ ଅନୁଷ୍ଠାନ। ତେଣୁ ଏହା ବଡ଼ ଏବଂ ଆକର୍ଷଣୀୟ ହେବା ଉଚିତ। ଚଳିତ ଲୋକସଭା ଅଧିବେଶନରେ ଗୃହ ଆଦୌ ମୁଲତବୀ ହୋଇନାହିଁ। ଏପରି କି ଧାର୍ଯ୍ୟ ସମୟ ଠାରୁ ସାଂସଦମାନେ ୭୨ ଘଣ୍ଟା ଅଧିକ କାମ କରିଛନ୍ତି। ଯାହା ୧୨ଟି କର୍ଯ୍ୟ ଦିବସ ସହ ସମାନ।”



from Odisha Reporter https://ift.tt/2MVkr16

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages