ଅଣ୍ଡା-ଚିକେନ୍‌ ସାଲାଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 8, 2019

ଅଣ୍ଡା-ଚିକେନ୍‌ ସାଲାଡ୍‌

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ସିଝା ଅଣ୍ଡା, ଲେମ୍ବୁ ରସ, ଅଙ୍ଗୁର, ଗ୍ରେଟେଡ୍‌ ଅଖ୍‌ରୋଟ୍‌ ଓ ବାଦାମ, ମେୟୋନିଜ୍‌, ଅଲିଭ୍‌ ଅଏଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ- ଏକ କଡ଼େଇରେ ଅଲିଭ୍‌ ଅଏଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ଏଥିରେ ପତଳା ପତଳା ଓ ଛୋଟ ଛୋଟ କରି କଟା ଯାଇଥିବା ଚିକେନ୍‌ ପକାନ୍ତୁ। ସ୍ୱାଦାନୁସାରେ ଲୁଣ ପକାଇ ଏହାକୁ କିଛି ସମୟ ଚଲାନ୍ତୁ। ଏହାପରେ ଧୀମା ଆଞ୍ଚରେ ଚିକେନ୍‌କୁ କିଛି ସମୟ ଘୋଡ଼ାଇ ଦିଅନ୍ତୁ। ହାଲୁକା ବ୍ରାଉନ୍‌ ରଙ୍ଗ ହୋଇ ସିଝି ଯିବା ପର୍ଯ୍ୟନ୍ତ ଚିକେନ୍‌କୁ ଆଞ୍ଚରେ ରଖନ୍ତୁ। ପରେ ଗ୍ୟାସ୍‌ରୁ କଡ଼େଇ ଓହ୍ଲାଇ ଆଣନ୍ତୁ ଓ ଚିକେନ୍‌ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।

ଥଣ୍ଡା ହୋଇଗଲା ପରେ ଆଉ ଏକ ପାତ୍ରରେ ଚିକେନ୍‌କୁ ରଖନ୍ତୁ। ଏଥିରେ ଅଙ୍ଗୁର, ଲେମ୍ବୁ ରସ, ଗ୍ରେଟେଡ୍‌ ବାଦାମ ଓ ଅଖରୋଟ୍‌ ସହିତ ମେୟୋନିଜ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏକ ବଡ଼ ପ୍ଲେଟ୍‌ରେ ଏହି ମିଶ୍ରଣକୁ ବାହାର କରି ଉପରେ ବଳି ଥିବା ବାଦାମ ଓ ଅଖରୋଟ୍‌ରେ ସଜାନ୍ତୁ। ଉପରେ କଟା ସିଝା ଅଣ୍ଡା ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ୍‌-ଅଣ୍ଡା ସାଲାଡ୍‌। ଏହି ସାଲାଡ୍‌ରେ ପାଳଙ୍ଗ ପତ୍ର, ଟମାଟୋ ଓ ପିଆଜ ବି ବ୍ୟବହାର କରିପାରିବେ।



from Odisha Reporter https://ift.tt/2M9nWBF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages