ଅଗଷ୍ଟ ୧୫ରେ ପତାକା ଉଡ଼ାଇବେ ଏମ୍.ଏସ୍ ଧୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 8, 2019

ଅଗଷ୍ଟ ୧୫ରେ ପତାକା ଉଡ଼ାଇବେ ଏମ୍.ଏସ୍ ଧୋନି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସ୍ୱାଧୀନତା ଦିବସ ଅବସରରେ ଲଦାଖରେ ପତାକା ଉଡ଼ାଇବେ। ଭାରତୀୟ ସେନାର ଲେଫ୍ଟନେଣ୍ଟ କର୍ଣ୍ନେଲ୍ ଉପାଧି ପାଇ ସାରିଛନ୍ତି ଧୋନି। ଏବେ ସେ ଟେରିଟରିଆଲ ଆର୍ମିର ଯବାନଙ୍କ ସହ ପ୍ରଶିଷଣ ନେଉଛନ୍ତି।
ଟେରିଟରିଆଲ୍ ଆର୍ମି ସହ କାମ କରିବା ପାଇଁ ଧୋନି ଜୁଲାଇ ୩୦ରୁ ଅଗଷ୍ଟ ୧୫ ଯାଏ କ୍ରିକେଟରୁ ଛୁଟି ନେଇଛନ୍ତି। ସେଥିପାଇଁ ସେ ୱେଷ୍ଟ ଇଣ୍ଡିଜ୍ ଗସ୍ତରେ ସାମିଲ୍ ହୋଇନାହାନ୍ତି। ଜଣେ ସେନା ଅଧିକାରୀ କହିଛନ୍ତି, ଧୋନି ଭାରତୀୟ ସେନାର ବ୍ରାଣ୍ଡ ଆମ୍ୱାସାଡର। ସେ ଏବେ ଯବାନଙ୍କ ସହ ମିଶି କାମ କରୁଛନ୍ତି। ଏମିତିକି ସେମାନଙ୍କ ସହ ଫୁଟବଲ୍ ଭଲିବଲ୍ ଖେଳି ଯବାନଙ୍କ ମନୋବଳକୁ ବଢ଼ାଉଛନ୍ତି। ୧୫ ଅଗଷ୍ଟ ଯାଏ ସେ ଘାଟିରେ ରହିବେ। ହେଲେ ଲଦାଖର କେଉଁ ସ୍ଥାନରେ ସେ ପତାକା ଉଡ଼ାଇବେ, ସେ ନେଇ ସୂଚନା ମିଳିପାରି ନାହିଁ।


from Odisha Reporter https://ift.tt/2KzjBEI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages