ଭୁଶୁଡ଼ି ପଡ଼ିଲା କାନ୍ଥ, ଆଖି ବୁଜିଲା ୨ ମାସର ଶିଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 7, 2019

ଭୁଶୁଡ଼ି ପଡ଼ିଲା କାନ୍ଥ, ଆଖି ବୁଜିଲା ୨ ମାସର ଶିଶୁ

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା କିଆକଟା ପଞ୍ଚାୟତର ହେଲେଇ ଗାଁରେ କାନ୍ଥ ଭୁଶୁଡ଼ି ଦୁଇ ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଛି।  ଉକ୍ତ ସମୟରେ ଶିଶୁ ନିକଟରେ ଶୋଇଥିବା ତା’ର ମା’ ଓ ତିନି ବର୍ଷର ଭଉଣୀ ଗୁରୁତର ହୋଇଛନ୍ତି।  ସେମାନେ ହେଲେ ପୁଷ୍ପାଞ୍ଜଳି ହାତୀ ଓ ତାଙ୍କ ଝିଅ ପ୍ରିୟଙ୍କା ହାତୀ। ସେମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତି ପ୍ରାୟ ୧୧ଟା ବେଳେ ପୁଷ୍ପାଞ୍ଜଳି ତାଙ୍କ ଦୁଇ ଛୁଆଙ୍କୁ ଧରି ଶୋଇଥିଲେ। ହେଲେ ଲଗାଣ ବର୍ଷାରେ ଭିଜି ଯାଇଥିବା ଘର କାନ୍ଥ  ସେମାନଙ୍କ ଉପରକୁ  ଭୁଶୁଡ଼ି ପଡ଼ିଥିଲା।  ଫଳରେ କାନ୍ଥ ତଳେ ତିନି ଜଣ ଚାପି ହୋଇଯାଇଥିଲେ।  ହଠାତ୍‌ ଶବ୍ଦ ଶୁଣି ଅନ୍ୟ ଏକ ଘରେ ଶୋଇଥିବା ପୁଷ୍ପାଞ୍ଜଳିଙ୍କ ସ୍ୱାମୀ ସୁଶୀଲ ଓ ତାଙ୍କ ପଡ଼ୋଶୀ ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇ ମାସର ଶିଶୁ ପୁତ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ।



from Odisha Reporter https://ift.tt/2MNfVBM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages