ଗୋଦରା କୋଡେ ଯେତେ ମାଡେ ସେତେ: ୧୦ ବର୍ଷରେ ୧୦ ବଡ଼ ଶିଳ୍ପ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 7, 2019

ଗୋଦରା କୋଡେ ଯେତେ ମାଡେ ସେତେ: ୧୦ ବର୍ଷରେ ୧୦ ବଡ଼ ଶିଳ୍ପ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଶିଳ୍ପାୟନ ସ୍ୱପ୍ନ’କୁ ଆଗକୁ ନେବା ପାଇଁ ଗତକାଲି ପୁଣି ୨୨ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ମିଶାଇ ଗତ ୨୦ ମାସ ଭିତରେ ୧୪୨ଟି ଶିଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ କରି ରାଜ୍ୟ ସରକାର ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିଛନ୍ତି  ବୋଲି ଦାବି କରୁଛନ୍ତି। ତେବେ ଶିଳ୍ପ ପ୍ରତିଷ୍ଠା ନେଇ ସରକାରଙ୍କ ମୁଖା ଖୋଲିଛି ବିଧାନସଭାରେ ଶିଳ୍ପମନ୍ତ୍ରୀଙ୍କ ଉତ୍ତର ଓ ମେକ ଇନ ଓଡ଼ିଶାର ଦ୍ୱିତୀୟ ସଂସ୍କରଣର ସଫଳତା। ମେକ୍ଇନ ଓଡ଼ିଶା-୨ ମାଧ୍ୟମରେ ୨୦୨ଟି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୬୧ଟି କୁ ଅନୁମୋଦନ ମିଳିଛି।

ଗତ ବିଧାନସଭାରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରଖିଥିବା ଉତ୍ତରରୁ ଜଣାପଡ଼ିଛି ଯେ ୧୦ ବର୍ଷରେ ପ୍ରତିଷ୍ଠା ହୋଇଥିବା ୧୦୫ଟି ଶିଳ୍ପ ଭିତରୁ ୧୦ଟି ବଡ଼ ଶିଳ୍ପ ବନ୍ଦ ହୋଇଗଲାଣି। ୪୩ ଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୪୭ଟି ଆଂଶିକ ଉତ୍ପାଦନ ସ୍ଥିତିରେ ଅଛନ୍ତି। ବାକି ୫ଟି ଉତ୍ପାଦନ ଅପେକ୍ଷାରେ ରହିଛି।

ଶିଳ୍ପମନ୍ତ୍ରୀଙ୍କ ଅନ୍ୟ ଏକ ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଗତ ତିନିବର୍ଷ ଭିତରେ ଶିଳ୍ପସଂସ୍ଥାକୁ ଆକୃଷ୍ଟ କରିବାକୁ ସରକାର ଚୀନ, ଜାପାନ, ଜର୍ମାନୀ, ଇଂଲଣ୍ଡ, ଇଜ୍ରାଏଲ, ଇଟାଲି, ସାଉଦି ଆରବ, ସାଉଥ୍ କୋରିଆ, ତାଇଓ୍ୱାନ ଭଳି ଦେଶ ସହ ଭାରତର ବିଭିନ୍ନ ସ୍ଥାନରେ ୨୪ ଟି ରୋଡ୍ ଶୋ’ କରଯାଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ବିଦେଶରୁ ଗୋଟିଏ ମଧ୍ୟ ସଂସ୍ଥା ଓଡ଼ିଶା ଆସିବାକୁ ଆଗ୍ରହ ଦେଖାଇନାହାନ୍ତି। ଗତ ୧୦ ବର୍ଷରେ ଶିଳ୍ପ କରିବାକୁ ୩୦୧ଟି ଏମ୍‌ଓୟୁ ସ୍ଵାକ୍ଷରିତ ହୋଇଥିଲା। ଏଥିରୁ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ମାତ୍ର ୫୧ଟି। ସରକାରଙ୍କ ଏହି ତଥ୍ୟ ସରକାରଙ୍କ ଶିଳ୍ପାୟନର ଦମ୍ଭକୁ ପଦାରେ ପକାଇଛି।

ଅତୀତରେ ପସ୍କୋ, ମିତ୍ତଲ ପରି ବଡ଼ ବଡ଼ ଶିଳ୍ପ ସଂସ୍ଥା ରାଜ୍ୟକୁ ବାଏ ବାଏ କରି ପଳାଇଛନ୍ତି। ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ଉଦ୍ୟମ ଓ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, “ଶିଳ୍ପ ଆସିବା ପୂର୍ବରୁ ତା’ଠାରୁ ଫାଇଦା ଶୋଷିବାର ଚେଷ୍ଟା ଯୋଗୁ ବିରକ୍ତ ହୋଇ ଶିଳ୍ପ ସଂସ୍ଥା ଗୁଡ଼ିକ ଆସି ପଳାଇ ଯାଉଛନ୍ତି। ସରକାର ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ କାଗଜପତ୍ର କରି ଜମି , ବିଦ୍ୟୁତ ଓ ପାଣି ଯୋଗାଇଦେବା ଦରକାର। ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ କେଉଁଠି ଶିଳ୍ପ ପ୍ରତିଷ୍ଠା ହେଲା ପରି ଜଣାପଡ଼ୁନି।”

 

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, “ରାଜ୍ୟରେ ଥିବା ୧୩ଟା ଚିନି କଳରୁ ୭ଟା ଚାଲିଛି। ସେଗୁଡ଼ିକ ଏବେ ବନ୍ଦ ହେବାକୁ ବସିଲାଣି। ଗୋଟାଏ ସୂତାକଳ ମଧ୍ୟ ବନ୍ଦ ପଡ଼ିଛି। ଲୁହା କଳକାରଖାନା ବନ୍ଦ ହେବାକୁ ଯାଉଛି। ରାଜ୍ୟ ସରକାର କେବଳ ଆତ୍ମପ୍ରଚାର ଛଡ଼ା ଅନ୍ୟ କିଛି କରୁନାହାନ୍ତି। ନୂଆ ଶିଳ୍ପ ପାଇଁ ଉଦ୍ୟମ ଚାଲିଥିବା ବେଳେ ବନ୍ଦ ହୋଇଯାଇଥିବା ଶିଳ୍ପର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଉନାହାନ୍ତି ସରକାର।”



from Odisha Reporter https://ift.tt/2MNASg6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages