ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ସର୍ବାଧିକ କେତେ ଟଙ୍କା ଦେଇ ପଇଡ଼ କିଣିଛନ୍ତି? ୨୦, ୩୦ ଅବା ୫୦ ଟଙ୍କା। ରାଜଧାନୀ ଭୁବନେଶ୍ୱର, ପୁରୀ ଓ କଟକରେ ୨୦ ବା ୩୦ ଟଙ୍କାରେ ପଇଡ଼ ମିଳୁଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗୋଟିଏ ହୋଟେଲ୍ ଦୁଇଟି ପଇଡ଼ ପାଇଁ ୭୬୭ ଟଙ୍କା ନେଉଛି। ପୁଣି ଆଉ କେହି ନୁହନ୍ତି, ଓଡ଼ିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଦୁଇଟି ପଇଡ଼ ପାଇଁ ୭୬୭ ଟଙ୍କା ଦେଇଛନ୍ତି।
ଶ୍ରୀ ପରିଜା ଚେନ୍ନାଇର ଟ୍ରାଇଡେଣ୍ଟ୍ ହୋଟେଲ୍ରେ ଦୁଇଟି ପଇଡ଼ ଅର୍ଡର କରିଥିଲେ। ହେଲେ ପଇଡ଼ ସହ ଆସିଥିବା ବିଲ୍ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଦୁଇଟି ପଇଡ଼ ପାଇଁ ବିଲ୍ ଆସିଥିଲା ୭୬୭ ଟଙ୍କା। ତାଙ୍କୁ ଦିଆଯାଇଥିବା ବିଲ୍ ଅନୁସାରେ ଗୋଟିଏ ପଇଡ଼ର ଦାମ୍ ୩୨୫ ଟଙ୍କା ଏବଂ ଏହାର ଜିଏସଟି ବାବଦକୁ ୯ ପ୍ରତିଶତ ହିସାବରେ ୫୮ ଟଙ୍କା ୫୦ ପଇସା ନିଆଯାଇଥିଲା। ଶ୍ରୀ ପରିଜା ଉକ୍ତ ବିଲ୍କୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି।
Most expensive coconut water in life. Two coconut water at Rs 767/- would have been better off with two large bottles of Beer. pic.twitter.com/r1CFVZzbyQ
— Akshay Kumar Parija (@akshay_parija) August 3, 2019
ସେ ଉକ୍ତ ବିଲ୍କୁ ଟ୍ୱିଟରରେ ପୋଷ୍ଟ୍ କରିବା ସହିତ ଲେଖିଛନ୍ତି, ଏତେ ଟଙ୍କା ଦେଇ ପଇଡ଼ କିଣିବା ଅପେକ୍ଷା ଦୁଇଟି ବଡ଼ ବିଅର କିଣି ଥିଲେ ଭଲ ହୋଇଥା’ନ୍ତା।
ସୂଚନାଯୋଗ୍ୟ, ନିକଟରେ ବଲିଉଡ୍ ଅଭିନେତା ରାହୁଲ ବୋଷ ମଧ୍ୟ ଚଣ୍ଡିଗଡର ପଞ୍ଚତାରକା ହୋଟେଲ୍ ଜେଡବ୍ଲ୍ୟୁ ମ୍ୟାରିଅଟ୍ରେ ଦୁଇଟି କଦଳୀ ପାଇଁ ୪୪୨ ଟଙ୍କା ଦେଇଥିଲେ। ଏହାପରେ ସେ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ଏ ବିଷୟରେ କହିଥିଲେ ଓ ବିଲ୍ ଦେଖାଇଥିଳେ। ଏହାପରେ ସିଜିଏସଟିର ଧାରା ୧୧ ଉଲ୍ଲଂଘନ କରିଥିବା ଅଭିଯୋଗରେ ହୋଟେଲ୍ ବେଆଇନ ଭାବରେ ଏହି ବିଲ୍ ତିଆରି କରିଥିବା ଜଣାପଡ଼ିଥିଲା। କାରଣ କଦଳୀ ଜିଏସଟି ପରିସରଭୁକ୍ତ ନୁହେଁ। କିନ୍ତୁ ହୋଟେଲ କର୍ତ୍ତୃପକ୍ଷ କଦଳୀକୁ ଜିଏସଟି ପରିସରଭୁକ୍ତ କରିଥିଲେ।ଏହା ପରେ ଏହି ହୋଟେଲ୍ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲଗାଇଥିଲା ଚଣ୍ଡିଗଡର ଅବକାରୀ ଓ କର ବିଭାଗ।
from Odisha Reporter https://ift.tt/2YFn6OP
No comments:
Post a Comment