ଋଷିକୂଲ୍ୟା ନଦୀରେ ବୁଡ଼ି ନାବାଳିକା ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 25, 2019

ଋଷିକୂଲ୍ୟା ନଦୀରେ ବୁଡ଼ି ନାବାଳିକା ନିଖୋଜ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଖୁଦୁରୁକୁଣୀ ପୂଜା ପାଇଁ ଋଷିକୂଲ୍ୟା ନଦୀକୁ ପାଣି ଆଣିବାକୁ ଯାଇ ତିନି ଜଣ ନାବାଳିକା ବୁଡ଼ି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ଆଉ ଜଣେ ନିଖୋଜ ଅଛନ୍ତି। ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଖୋଜିବା କାମରେ ନିୟୋଜିତ ହୋଇଛନ୍ତି।

ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କାଞ୍ଜିଆମା ଗାଁରେ। ନିଖୋଜ ନାବାଳିକାଙ୍କ ନାଁ ସିଲି ବେହେରା। ଉଦ୍ଧାର ହୋଇଥିବା ଦୁଇ ନାବାଳିକାମାନେ ହେଲେ- ପୂଜା ବେହେରା ଓ ରୂପାଲି ବେହେରା। ସମସ୍ତଙ୍କ ଘର ସେଇ କାଞ୍ଜିଆମା ଗାଁରେ।

ଖୁଦୁରୁକୁଣୀ ପୂଜା ପାଇଁ ଆଜି ସକାଳେ ଏ ତିନି ଜଣ ଆଉ କିଛି ଝିଅଙ୍କ ସହ ମିଶି ପାଣି ଆଣିବା ଗାଁ ନିକଟସ୍ଥ ଋଷିକୂଲ୍ୟା ନଦୀକୁ ଯାଇଥିଲେ। ହେଲେ ପାଣି ଆଣିବା ବେଳେ ପାଦ ଖସି ଯିବାରୁ ସେମାନେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ କିଛି ଲୋକ ସଙ୍ଗେ ସଙ୍ଗେ ନଦୀକୁ ଡେଇଁ ପୂଜା ଓ ରୂପାଲିଙ୍କୁ ଉଦ୍ଧାର କରିଥିଲେ। ହେଲେ ସିଲିଙ୍କୁ ପାଇ ନଥିଲେ। ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ଗତ ରବିବାର ଦିନ କଟକ ଜିଲ୍ଲା କିଶନନଗର ଥାନା ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ନଦୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ତେବେ ସେମାନଙ୍କର ଅନ୍ୟ ଜଣେ ଭଉଣୀ ସୁନୀତା ଅଳ୍ପକେ ବର୍ତ୍ତି ଯାଇଥିଲେ।



from Odisha Reporter https://ift.tt/2L5KXlT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages