ସମୁଦ୍ର କୂଳରେ ଲାଗିଥିବା ଜିଓ ସିନ୍ଥେଟିକ୍‌ ଟ୍ୟୁବ୍‌ରେ ଅଗ୍ନିକାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 25, 2019

ସମୁଦ୍ର କୂଳରେ ଲାଗିଥିବା ଜିଓ ସିନ୍ଥେଟିକ୍‌ ଟ୍ୟୁବ୍‌ରେ ଅଗ୍ନିକାଣ୍ଡ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ପେଣ୍ଠ ଗାଁ ନିକଟ ସମୁଦ୍ରକୂଳରେ ବିଛା ଯାଇଥିବା ଜିଓ ସିନ୍ଥେଟିକ୍ ଟ୍ୟୁବ୍‌ରେ ଗତକାଲି ରାତିରେ ନିଆଁ ଲାଗି ଯାଇଥିଲା। ଫଳରେ ୧୫ରୁ ୨୦ ଫୁଟ୍ ଯାଏ ଜିଓ ସିନ୍ଥେଟିକ୍ ଟ୍ୟୁବ୍‌ ପୋଡ଼ି ଯାଇଥିବା ଜଣାପଡ଼ିଛି।

ଗତକାଲି ବିଳମ୍ୱିତ ରାତିରେ ଏଥିରେ ନିଆଁ ଲାଗିଥିବା କୁହାଯାଉଛି। ଭୋର୍‌ ବେଳକୁ କିଛି ଗ୍ରାମବାସୀ ଏଥିରେ ନିଆଁ ଲାଗିଥିବା ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ଏ ଅଗ୍ନିକାଣ୍ଡ କେମିତି ଘଟିଲା, ତାହା ସ୍ପଷ୍ଟ ହୋଇପାରିନି। ସନ୍ଦେହ କରାଯାଉଛି, କେହି ସିଗାରେଟ୍ ଆଦି ଟାଣି ସେଠାରେ ଫୋପାଡ଼ି ଦେଇଥିବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା।

ରାଜନଗର ଉପକୂଳରେ ଥିବା ୫୪ ଗାଁକୁ ସମୁଦ୍ର ଦାଉରୁ ରକ୍ଷା କରିବାକୁ ଏହି  ଜିଓ ସିନ୍ଥେଟିକ୍‌ ଟ୍ୟୁବ୍‌ ବିଛା ଯାଇଛି।  କେନ୍ଦ୍ର ସରକାର  ୩୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରିଛନ୍ତି। ଏହା ଦେଶର ଦ୍ୱିତୀୟ ଏଭଳି ପ୍ରକଳ୍ପ ହୋଇଥିବା ବେଳେ ରାଜ୍ୟରେ ପ୍ରଥମ।



from Odisha Reporter https://ift.tt/2zlBEck

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages