ଉତ୍ପାତ ମଚାଇଛନ୍ତି ଝାଡଖଣ୍ଡୀ ହାତ ; ଘର ଭାଙ୍ଗୁଛନ୍ତି, ଫସଲ ଉଜାଡ଼ୁଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 9, 2019

ଉତ୍ପାତ ମଚାଇଛନ୍ତି ଝାଡଖଣ୍ଡୀ ହାତ ; ଘର ଭାଙ୍ଗୁଛନ୍ତି, ଫସଲ ଉଜାଡ଼ୁଛନ୍ତି

କରଞ୍ଜିଆ ( ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଓ ସୁକ୍ରୁଳୀ ଗାଁରେ ଝାଡଖଣ୍ଡି  ହାତୀଙ୍କ ଉପଦ୍ରବ ଯୋଗୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତ ରାତିରୁ ୨୨ଟି ହାତୀ ଥିବା ଗୋଟିଏ ପଲ ଗାଁରେ ପଶି ଉପଦ୍ରବ ଚଳାଇଛନ୍ତି। ହାତୀ ପଲ ଦୁଧିଆଣି ରେଞ୍ଜର ରାଜପଶି ଗାଁରେ ପଶି ସୁର ହୋଙ୍କ ଘର ଭାଙ୍ଗି ଦେଇଛନ୍ତି । ଏହାସହ ଗାଁ ବିଲରେ ମକା ଓ ଧାନ  ଫସଲ ଉଜାଡ଼ି ଦେଇଛନ୍ତି ।

ବନ କର୍ମଚାରୀ ଓ ଗାଁ ଲୋକେ ମିଳିତ ଭାବେ ରାତି ତମାମ ହାତୀ ପଲକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଏହି ପଲରୁ ୮ଟି ହାତୀ ଯଶୀପୁରର କେଞ୍ଝରା ଜଙ୍ଗଲକୁ ପଳାଇଥିବାବେଳେ ଆଉ ୧୪ଟି ହାତୀ ଏବେ ଗାଁ ପାଖରେ ରହିଛନ୍ତି । ସପ୍ତାହେ ହେଲା କରଞ୍ଜିଆ ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀ ପଲ ପଶି  ଆତଙ୍କ ଖେଳାଇଛନ୍ତି।



from Odisha Reporter https://ift.tt/2YIhLLG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages