ଖୋର୍ଦ୍ଧା(ବଳରାମ ଲେଙ୍କା): ଟ୍ରେନ୍ରେ ଲୁଟ୍ କରିବା ପୂର୍ବରୁ ଧରାପଡ଼ିଲେ ୪ ଲୁଟେରା। ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ କରିଛି ପୁଲିସ୍। ଘଟଣା ଘଟିଛି ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ। ଗିରଫ ଲୁଟେରାମାନେ ହେଲେ ଜଟଣୀ ମୁଣ୍ଡିଆ ସାହିର ଅଲ୍ଲି, ଏସ୍କେ ଆବିସ୍, କୁଦିଆରୀ ଅଞ୍ଚଳର କୃଷ୍ଣ ସ୍ୱାଇଁ, ହରିରାଜପୁର ଅଞ୍ଚଳର ବିଷ୍ଣୁ ପ୍ରସାଦ ସ୍ୱାଇଁ।
ଗତକାଲି ଏହି ୪ ଜଣ ଲୁଟେରା ଟ୍ରେନ୍ରୁ ଲୁଟ୍ ଉଦ୍ୟମ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଆର୍ପିଏଫ୍ ଏବଂ ଜିଆର୍ପି ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ଧାରୁଆ ଛୁରି, ଖୁର, ଖେଳନା ବନ୍ଧୁକ, ଲଙ୍କା ଗୁଣ୍ଡ ଓ ୧୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଏହି ଲୁଟେରାମାନେ ଟ୍ରେନ୍ରେ ଚଢ଼ି ଯାତ୍ରୀମାନଙ୍କୁ ଆକ୍ରମଣ କରି ଲୁଟ୍ପାଟ୍ କରିବାର ଯୋଜନା କରିଥିଲେ।
ସମସ୍ତ ଲୁଟେରାଙ୍କୁ ୭ ନମ୍ୱର ପ୍ଲାଟ୍ଫର୍ମରୁ ଗିରଫ କରାଯାଇଥିବା ଜିଆରପିଥାନା ଅଧିକାରୀ ସନ୍ତୋଷ ବାହିନୀପତି ଏବଂ ଆରପିଏଫ୍ ଅଧିକାରୀ ବିଦ୍ୟାଧର ବାରିକ ସୂଚନା ଦେଇଛନ୍ତି।
from Odisha Reporter https://ift.tt/2MUxeRw
No comments:
Post a Comment