ଜାଣନ୍ତୁ, କେମିତି ପ୍ରସ୍ତୁତ ହୁଏ ଚାଉଳ ରସଗୋଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 17, 2019

ଜାଣନ୍ତୁ, କେମିତି ପ୍ରସ୍ତୁତ ହୁଏ ଚାଉଳ ରସଗୋଲା

ଆବଶ୍ୟକ ସାମଗ୍ରୀ:  ସିଝା ଅରୁଆ ଚାଉଳ, ଆରାରୋଟ ପାଉଡର, ମଇଦା, ମିଲ୍କ ପାଉଡର, ଘିଅ, ଚିନି ଓ ପାଣି।

ପ୍ରସ୍ତୁତି ପ୍ରଣାଳୀ: ଚାଉଳ ରସଗୋଲା ତିଆରି କରିବା ପାଇଁ ପ୍ରଥମେ ସିଝା ଅରୁଆ ଚାଉଳକୁ ବାଟି ଏକ ପ୍ଲେଟରେ ଘିଅ ଲଗାଇ ସେଥିରେ ରଖନ୍ତୁ। ଏବେ ସେଥିରେ ମଇଦା, ଆରାରୋଟ୍‌ ପାଉଡର ଓ ମିଲ୍କ ପାଉଡର ମିଶାଇ ଭଲଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଏହାକୁ ଛୋଟ ଛୋଟ ଗୁଳା କରନ୍ତୁ।

ସିରା ପ୍ରସ୍ତୁତ କରିବା ପାଇଁ ଏକ ପ୍ୟାନରେ ଚିନି ଏବଂ ପାଣି ମିଶାଇ ଦୁଇ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ସିରା ଟିକେ ବହଳିଆ ହୋଇଗଲେ ସେଥିରେ ପ୍ରସ୍ତୁତ ହୋଇଥିବା ଗୁଳାଗୁଡ଼ିକୁ ପକାଇ କିଛି ସମୟ ପର୍ଯ୍ୟନ୍ତ ହାଲକା ଆଞ୍ଚରେ ସିଝାନ୍ତୁ। ତା’ପରେ ଏହାକୁ ଗ୍ୟାସ୍‌ରୁ ଓହ୍ଲାଇ ଦିଅନ୍ତୁ। ଏହାକୁ ପ୍ଲେଟ୍‌ରେ ଢାଳି ସେଥିରେ କେଶର ଏବଂ ଅଳେଇଚ ଗୁଣ୍ଡ ପକାଇ ସଜାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଚାଉଳ ରସଗୋଲା’।



from Odisha Reporter https://ift.tt/2Z87bsn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages