ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 17, 2019

ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ଗିରଫ

ଜୟପୁର (ଟି.ଗୌରୀଶଙ୍କର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି। ଗତକାଲି ଅପରାହ୍ଣରେ ସେ ମାଲକାନଗିରିରୁ ବ୍ରହ୍ମପୁର ଯାଉଥିବା ବେଳେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ନିକଟରେ ଜୟପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏହି ସମୟରେ ତାଙ୍କ ନିକଟରୁ ୧ଲକ୍ଷ ୯୧ ହଜାର ଜବତ କରାଯାଇଥିଲା।

ବୈପାରୀଗୁଡ଼ା ଠାରେ ତାଙ୍କୁ ଗିରଫ କରାଯିବା ପରେ ତାଙ୍କର ମାଲକାନଗିରି ସ୍ଥିତ ଅଫିସ୍‌, କ୍ୱାର୍ଟର୍ସ ଓ ବ୍ରହ୍ମପୁର ବାସଭବନରେ ଚଢ଼ଉ କରାଯାଇଥିଲା। ଆଜି ବି ଚଢ଼ଉ ରହିଥିବା ଜଣାପଡ଼ିଛି। ତେବେ ଏଯାବତ୍ ଚଢ଼ଉ ବେଳେ ତାଙ୍କର କେତେ ସଂପତ୍ତି ଜବତ କରାଯାଇଛି, ତାହା ଜଣାପଡ଼ି ନାହିଁ।

ଅନ୍ୟପକ୍ଷରେ ଶ୍ରୀ ମହାନ୍ତି କହିଛନ୍ତି ଯେ ଗାଡ଼ିରୁ ଜବତ ଟଙ୍କା ତାଙ୍କର ନୁହେଁ।

ଘଟଣାର ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ ବିଶ୍ୱାଳ କହିଛନ୍ତି।



from Odisha Reporter https://ift.tt/2TF0pta

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages