ନୂଆଦିଲ୍ଲୀ: ପୁଣି ଏକ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୭୩ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ମୋଦି ସେନା ବାହିନୀ ସମ୍ପର୍କରେ ନିଆଯାଇଥିବା ବଡ଼ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।
ମୋଦିଙ୍କ ଘୋଷଣା ଅନୁଯାୟୀ, ଏଣିକି ତିନି ସେନା ବାହିନୀର ମୁଖ୍ୟଙ୍କ ଉପରେ ଆଉ ଜଣେ ମୁଖିଆ ରହିବେ। ଏହି ପଦବର ନାଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ଏସ୍ଡିଏସ୍) ରହିବ। ଏହି ଏସ୍ଡିଏସ୍ ତନି ସେନା ବାହିନୀ-ସ୍ଥଳ ସେନା, ବାୟୁସେନା ଓ ନୌସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବ। ଏଥିସହ ଏମାନଙ୍କୁ ଉପଯୁକ୍ତ ନେତୃତ୍ୱ ପ୍ରଦାନ କରିବ।
ମୋଦି କହିଛନ୍ତି, “ଆମ ସରକାର ଏସ୍ଡିଏସ୍ ପଦ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି। ୧୯୯୯ କାର୍ଗିଲ ଯୁଦ୍ଧ ପରେ ଦେଶର ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଧରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ଏହି କମିଟି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସେନା ବାହିନୀ ସର୍ମ୍ପରେ ସମସ୍ତ ତଥ୍ୟ ଦେବାକୁ ଜଣେ ଏସ୍ଡିଏସ୍ ନିଯୁକ୍ତ କରିବାକୁ କହିଥିଲେ। ଦେଶର ଜାତୀୟ ସୁରକ୍ଷା ପାଇଁ ଏକାଧିକ ମନ୍ତ୍ରୀ ଏହି ପ୍ରସ୍ତାବ ଉପରେ ତର୍ଜମା କରିଥିଲେ। ସେମାନେ ମଧ୍ୟ ଏସ୍ଡିଏସ୍ ପଦ ସୃଷ୍ଟି କରିବା ସପକ୍ଷରେ ମତ ଦେଇଛନ୍ତି। ତେଣୁ ଏବେ ଏସ୍ଡିଏସ୍ ପଦ ସୃଷ୍ଟି କରାଯିବ।”
from Odisha Reporter https://ift.tt/302Sp7v
No comments:
Post a Comment