ଲାଲକିଲ୍ଲାରୁ ପାକିସ୍ତାନକୁ ଟାର୍ଗେଟ କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 14, 2019

ଲାଲକିଲ୍ଲାରୁ ପାକିସ୍ତାନକୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ: ଦେଶର ୭୩ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ଠାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି ପାକିସ୍ତାନ ଓ ଆତଙ୍କବାଦକୁ ଟାର୍ଗେଟ କରିଛନ୍ତି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଉପରେ ପ୍ରତିଶୋଧ ନେବାକୁ ପାକିସ୍ତାନ ସୁଯୋଗ ଅପେକ୍ଷାରେ ରହିଛି। ଏହାକୁ ଦୃଷ୍ଟିରେ ରଖି ମୋଦି ପାକିସ୍ତାନର ନାଁ ନନେଇ ଇମ୍ରାନ୍‌ ଖାନ୍‌ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, କିଛି ଲୋକ କେବଳ ଭାରତ ନୁହେଁ, ଅନ୍ୟାନ୍ୟ ପଡ଼ୋଶୀ ଦେଶରେ ଆତଙ୍କବାଦକୁ ପ୍ରତ୍ସାହନ ଦେଇ ବରବାଦ କରିବାରେ ଲାଗିଛନ୍ତି। ବାଂଲାଦେଶ ଓ ଆଫ୍‌ଗାନିସ୍ତାନ ଆତଙ୍କବାଦୀ ଆକ୍ରମଣ ଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ଶ୍ରୀଲଙ୍କା ଚର୍ଚ୍ଚରେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଉଛି। ହେଲେ ଏହା ସତ୍ତ୍ୱେ ଗୋଟିଏ ରାଷ୍ଟ୍ର ଆତଙ୍କବାଦୀଙ୍କୁ ସମର୍ଥନ କରି ଆସୁଛି। ଏହା ବନ୍ଦ ହେବା ଦରକାର। ଭାରତ ସର୍ବଦା ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ମୋଦି କହିଛନ୍ତି।

ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ସମ୍ପର୍କରେ ମତ ରଖି ମୋଦି କହିଛନ୍ତି, “ବର୍ତ୍ତମାନର ନୂଆ ସରକାର କାର୍ଯ୍ୟ କରିବାର ୧୦ ସପ୍ତାହ ମଧ୍ୟ ହୋଇନାହିଁ। କିନ୍ତୁ ଏ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଧାରା ୩୭୦ ଓ ୩୫-ଏକୁ ଉଚ୍ଛେଦ କରିବା ପାଇଁ ସର୍ଦ୍ଦାର ପଟେଲ ସ୍ୱପ୍ନ ଦେଖିଥିଲେ। ତାଙ୍କ ସ୍ୱପ୍ନ ପୂରଣ ଦିଗରେ ଆମେ ଗୋଟିଏ ପାଦ ଆଗେଇଛୁ।

ଗୋଟିଏ ଦେଶ ଓ ଗୋଟିଏ ସମ୍ବିଧାନ ନୀତି ସାକାର ହୋଇଛି। ଏଥିପାଇଁ ଆମେ ଗର୍ବିତ। ଯେଉଁମାନେ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଛନ୍ତି, ସେମାନଙ୍କୁ ଭାରତ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ, ଯଦି ଧାରା ୩୭୦ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା, ତା’ହେଲେ ଏହାକୁ କାହିଁକି ସମ୍ବିଧାନରେ ଅସ୍ଥାୟୀ କ୍ଲଜ ଭାବେ ସାମିଲ କରାଯାଇଥିଲା? ଏହା ଅସ୍ଥାୟୀ ଥିବାରୁ ଏହାକୁ ସରକାର ଉଚ୍ଛେଦ କରିଛନ୍ତି।

ଆମେ କେବେ ହେଲେ ସମସ୍ୟା ସୃଷ୍ଟି କରିବାକୁ ଚାହୁଁନାହୁଁ। ନୂଆ ସରକାର ୭୦ ଦିନ ମଧ୍ୟ କାର୍ଯ୍ୟ କରିନାହାନ୍ତି, କିନ୍ତୁ ଏବେ ଧାରା ୩୭୦ ଇତିହାସରେ ପରିଣତ ହୋଇଯାଇଛି। ସଂସଦର ଉଭୟ ସଦନର ସଦସ୍ୟମାନେ ଏହି ବିଲ୍ ସପକ୍ଷରେ ମତଦେଇଛନ୍ତି। ଆମେ ଜମ୍ମୁ-କଶ୍ମୀର ଓ ଲଦାଖ ପାଇଁ କିଛି କରିବାକୁ ଚେଷ୍ଟା କରିଛୁ।

ପୂର୍ବରୁ ଜମ୍ମୁ-କଶ୍ମୀର ପାଇଁ ଥିବା ବ୍ୟବସ୍ଥା ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ ନୀତିକୁ ପ୍ରୋତ୍ସାହନ ଯୋଗାଉଥିଲା। ମହିଳା, ଦଳିତ ଓ ଶିଶୁଙ୍କ ଅଧିକାର ଛଡ଼ାଇ ନେଉଥିଲା। ଏଭଳି ସ୍ଥିତିରେ ଆମେ କ’ଣ ଚୁପ ରହିଥାଆନ୍ତୁ? ସରକାର ଆସିବେ ଯିବେ, ହେଲେ ଦେଶ ପାଇଁ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସର୍ବଦା ରହିଥିବ।”

ବନ୍ୟା ଓ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇ ମୋଦି କହିଛନ୍ତି, “ଆଜି ଆମେ ଆନନ୍ଦ ଓ ଉତ୍ସାହର ସହ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଛୁ। କିନ୍ତୁ ଏହି ସମୟରେ ଦେଶର ଅଧିକାଂଶ ରାଜ୍ୟର ଲୋକମାନେ ଭୟଙ୍କର ବନ୍ୟାରେ ଆଉ ପାଉଟ ହେଉଛନ୍ତି। ଆମେ ଏହି ସମସ୍ୟାରେ ପଡ଼ିଥିବା ଲୋକଙ୍କ ସହ ରହିଛୁ। ସାରା ଦେଶ ଜଳ ସଂରକ୍ଷଣର ଗୁରୁତ୍ୱକୁ ବୁଝିଛି। ତେଣୁ ଆମେ ଜଳ ଶନ୍ତି ମନ୍ତ୍ରଣାଳୟ ଗଠନ କରିଛୁ। ସବୁଠାରୁ ଦୁଃଖର କଥା ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଦେଶର ଲକ୍ଷଲକ୍ଷ ଲୋକ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟାର ସମାଧାନ ଜଳ ଶକ୍ତି ମନ୍ତ୍ରଣାଳୟ କରିବ।”

ଟ୍ରିପଲ ତଲାକ ସମ୍ପର୍କରେ ମୋଦି କହିଛନ୍ତି, “ଆମେ ଯଦି ସତୀ ଦାହ ପ୍ରଥା, ମହିଳା ନିର୍ଯାତନା ଓ ଯୌତୁକ ବିରୋଧରେ ପଦକ୍ଷେପ ନେଇପାରୁଛୁ, ତା’ହେଲେ ଇନଷ୍ଟାଣ୍ଟ ଟ୍ରିପଲ ତଲାକ ବିରୋଧରେ କାହିଁକି ପଦକ୍ଷେପ ନ ନେବା? ଟ୍ରିପଲ ତଲାକ ଉଚ୍ଛେଦ ହୋଇଥିବାରୁ ମୁସଲିମ ମହିଳାମାନେ ଏବେ ନିଜକୁ ସୁରକ୍ଷିତ ମଣିଛନ୍ତି। ଏହାକୁ ରାଜନୀତିରୁ ଉର୍ଦ୍ଧ୍ୱକୁ ଯାଇ ବିଚାର କରିବା ଦରକାର।

ଆମେ ଲୋକଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା କରୁଛୁ। ଆମେ ଜାଣିଛୁ ଏହି ରାସ୍ତାରେ ଅନେକ କଣ୍ଟା ଆସିବ, ହେଲେ ଏହାକୁ ଅତିକ୍ରମ କରିବାକୁ ପଡ଼ିବ। ଆପଣମାନେ ସମସ୍ତେ ଜାଣିଥିବେ, ଟ୍ରିପଲ ତଲାକ ଦ୍ୱାରା ମୁସଲିମ ମହିଳାମାନେ କେମିତି ଭୟରେ ରହୁଥିଲେ। ହେଲେ ଏବେ ଆମେ ଏହାକୁ ଉଚ୍ଛେଦ କରି ଦେଇଛୁ।”

ଏହି ଅବସରରେ ମୋଦି ସମସ୍ତ ଦେଶବାସୀଙ୍କୁ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି। ଖାଲି ସେତିକି ନୁହେଁ, ଦେଶର ସୁରକ୍ଷା ପାଇଁ ମୁତୟନ ଯବାନମାନଙ୍କୁ ମୋଦି ପ୍ରଶଂସା କରିଛନ୍ତି।



from Odisha Reporter https://ift.tt/2YMUXdv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages