ଘରେ ଶୋଇଥିଲେ, ଲାଗିଗଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 5, 2019

ଘରେ ଶୋଇଥିଲେ, ଲାଗିଗଲା ନିଆଁ

ବଣାଇ(ରଣଜିତ୍ ଚୌଧୁରୀ): ନିଆଁରେ ପୋଡ଼ି ହୋଇ ବୃଦ୍ଧ ମୃତ। ଏଭଳି ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ମଧୁପୁର ବସ୍ତିରେ। ମୃତକ ହେଲେ କେଦାର ସିଂହ। ତାଙ୍କ ଘର ଝାରଖଣ୍ଡ ଅଞ୍ଚଳରେ। ସେ କୋଇଡା ଅଞ୍ଚଳରେ କାମ କରୁଥିଲେ।

ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ କେଦାର ସିଂହ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ତାଙ୍କ ସ୍ତ୍ରୀ  ରାଗି କରି ବାପ ଘରକୁ ପଳାଇଥିଲେ। ଗତକାଲି ରାତିରେ କେଦାର ଘରେ ଏକୁଟିଆ ଶୋଇଥିବାବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା।  ନିଆଁ ଦେଖି ପଡ଼ୋଶୀ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ। ହେଲେ ତାଙ୍କର ସେତେବେଳକୁ ତାଙ୍କ ମୃତ୍ୟୁ ଘଟିସାରିଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ପୁଲିସ ମୃତଦେହକୁ ଜବତ କରିଛି। ତେବେ କିଭଳି ଏବଂ କେଉଁ କାରଣରୁ ନିଆଁ ଲାଗିଲା ସେନେଇ ପୁଲିସ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2MI7Q1o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages