ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି କରିଛନ୍ତି ଜଣେ ବିଜେପି ସାଂସଦ। ଗତକାଲି ମଧ୍ୟପ୍ରଦେଶର ରତଲାମ ଲୋକସଭା ସାଂସଦ ଗୁମାନ ସିଂହ ଡାମୋର ଲୋକସଭାର ଶୂନ୍ୟକାଳରେ ଏହି ଦାବି ରଖିଛନ୍ତି।
ସେ କହିଛନ୍ତି,“ମୋଦି ଜଣେ ‘ଯୁଗ ପୁରୁଷ’। ଦେଶବିଦେଶରେ ତାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଆମ ଦେଶରେ ମଧ୍ୟ ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ମିଳିବା ଦରକାର।
ସେ ଆହୁରି କହିଛନ୍ତି,“ ମୋଦିଙ୍କର ଏହି ନିଷ୍ପତ୍ତି କୋଟି କୋଟି ଭାରତୀୟଙ୍କୁ ଖୁସି ଦେଇଛି। ଏହାସହ ସାଂସଦ ଗୁମାନ ସିଂହ ଡାମୋର ଗୃହ ମନ୍ତ୍ରୀ ଅମିତ ଶାହଙ୍କର ପ୍ରଂଶସା କରିଛନ୍ତି।”
ସୂଚନାଯୋଗ୍ୟ, ଗତକାଲି ଅମିତ ଶାହ ରାଜ୍ୟସଭାରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ ନେଇ ଘୋଷଣା କରିଥିଲେ।ରାଜ୍ୟସଭା ଆରମ୍ଭ ହେବା କ୍ଷଣି ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି ମନ୍ତ୍ରୀ ଶାହ ଗୃହରେ ସଂକଳ୍ପ ଆଗତ କରିଥିଲେ। ଏଥିସହ ରାଜ୍ୟ ପୁର୍ନଗଠନ ବିଲ୍ ମଧ୍ୟ ଆଗତ କରିଥିଲେ।
କେନ୍ଦ୍ରର ଏଇ ନିଷ୍ପତ୍ତିକୁ ନେଇ ଗୃହରେ ଗତକାଲି ପ୍ରବଳ ହଟ୍ଟଗୋଳ ହୋଇଥିଲା। ହେଲେ ଦେଶବ୍ୟାପୀ ଏହାକୁ ସ୍ୱାଗତ କରାଯାଇଥିଲା।
from Odisha Reporter https://ift.tt/2KtYraP
No comments:
Post a Comment