ଜମ୍ମୁ-କଶ୍ମୀର ଉପରେ ଭୁଲ ଖବର ପ୍ରସାରଣ କଲେ ହେବ କାର୍ଯ୍ୟାନୁଷ୍ଠାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

ଜମ୍ମୁ-କଶ୍ମୀର ଉପରେ ଭୁଲ ଖବର ପ୍ରସାରଣ କଲେ ହେବ କାର୍ଯ୍ୟାନୁଷ୍ଠାନ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଆଜି କିଛି ସ୍ଥାନରେ ସ୍ୱାଭାବିକ ସ୍ଥିତି ଦେଖିବାକୁ ମିଳିଛି। ଗତକାଲି ବକ୍ରୀ ଇଦ୍‌ ଥିବାରୁ ସୁରକ୍ଷାକର୍ମୀ ଏବଂ ପ୍ରଶାସନ ପକ୍ଷରୁ ୧୪୪ ଧାରା କୋହଳ କରାଯାଇଛି। ଲୋକମାନେ ମାର୍କେଟ ଆସି ନିଜ ନିଜର ଆବଶ୍ୟକ ସାମଗ୍ରୀ କିଣୁଛନ୍ତି। ତଥାପି ମୋବାଇଲ, ଇଣ୍ଟରନେଟ୍‌ ଏବଂ ଲ୍ୟାଣ୍ଡଲାଇନ୍‌ ଉପରେ ଏବେ ବି କଟକଣା ରହିଛି।

ତେବେ କିଛି ଗଣମାଧ୍ୟମ ଜାଣିଶୁଣି ଲୋକଙ୍କୁ ଉସକାଇବା ଭଳି ଖବର ପ୍ରସାରଣ କରୁଛନ୍ତି। ଗତକାଲି ରୟର୍ଟସ ଜମ୍ମୁ-କଶ୍ମୀରରେ ୧୦ ହଜାର ଲୋକ ବିକ୍ଷୋଭ କରୁଥିବା ଖବର ପ୍ରକାଶ କରିଥିଲା। ଏଥିସହ କିଛି ସ୍ଥାନରେ ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକ ମୁହାଁମୁହିଁରୁ ଗୁଳିମାଡ଼ ହୋଇଥିବା ମଧ୍ୟ ଦାବି କରିଥିଲା।

ତେବେ କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପୁଲିସ୍‌ ଏହି ଖବରକୁ ଖଣ୍ଡନ କରିଛନ୍ତି। ଏବେ କେନ୍ଦ୍ର ସରକାର ଗଣମାଧ୍ୟମ ପାଇଁ ନୂଆ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି। ଯଦି କୌଣସି ଗଣମାଧ୍ୟମ ଜାଣିଶୁଣି ଜମ୍ମୁ-କଶ୍ମୀର ଉପରେ ଅତିରଞ୍ଜିତ ଓ ବିବାଦୀୟ ଖବର ପ୍ରକାଶ କରେ, ତା’ହେଲେ ତା’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି କୌଣସି ଗଣମାଧ୍ୟମ ଜାଣିଶୁଣି ବା ପୂର୍ବାଗ୍ରହ ରଖି ଜମ୍ମୁ-କଶ୍ମୀର ଉପରେ ମିଥ୍ୟା ଖବର ପ୍ରକାଶ କରିବ, ତା’ହେଲେ ତା’କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିସ୍‌ କରାଯିବ। ଏଥିସହ ଉକ୍ତ ଗଣମାଧ୍ୟମ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।



from Odisha Reporter https://ift.tt/2N4cCXh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages